Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡି ଜିଲ୍ଲା ରେ ଆରବିଆଇର ଆର୍ଥିକ ସଚେତନତା ଉପରେ ‘ୱାକାଥନ୍’

କଳାହାଣ୍ଡି, ୧୭/୧୨ (ଜଗନ୍ନାଥ ନାଏକ) : ଜନସାଧାରଣଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଡିସେମ୍ବର ୧୭, ୨୦୨୩ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ଠାରେ ଆର୍ଥିକ ସାକ୍ଷରତା ଓ ସଚେତନତା ଉପରେ ଏକ ‘ୱାକାଥନ୍’ ଆୟୋଜିତ କରଯାଇଥିଲା। ଏହି ‘ୱାକାଥନ୍’ ଜିଲାପାଳଙ୍କ କାର୍ଯ୍ୟାଳୟ, ଭବାନୀପାଟଣା ଠାରୁ ଆରମ୍ଭ ହୋଇ ଟାଉନ ହଲ ଠାରେ ଶେଷ ହୋଇଥିଲା ଏବଂ ଏଥିରେ ବିଭିନ୍ନ ଟାର୍ଗେଟ ଗୋଷ୍ଠୀ ଯଥା ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ, କୃଷକ, ବରିଷ୍ଠ ନାଗରିକ ଇତ୍ୟାଦି ପ୍ରାୟ ୨୫୦ ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣ କରିଥିଲେ । ‘ୱାକାଥନ୍’ ପରେ ଏକ କ୍ଷେତ୍ର ସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯକ୍ରମ (FLFLE) ଅନୁଷ୍ଠିତ କରାଯାଇଥିଲା ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀଙ୍କ ଦ୍ୱାରା ଆର୍ଥିକ ସାକ୍ଷରତା, ସାଇବର ସିକ୍ୟୁରିଟି, ଡିଜିଟାଲ୍ ବ୍ୟାଙ୍କିଙ୍ଗ୍, ବିଭିନ୍ନ ପ୍ରକାରର ଠକେଇ, ଚିରା ଓ ଫଟା ନୋଟ୍ ବିନିମୟ ସୁବିଧା, ବ୍ୟାଙ୍କରେ ଅଭିଯୋଗ ସମାଧାନର ବ୍ୟବସ୍ଥା, ଆରବିଆଇର ଏକୀକୃତ ଲୋକପାଳ ଯୋଜନା ଇତ୍ୟାଦି ଉପରେ ଅଧିବେଶନ ନିଆଯାଇଥିଲା। ଏହି କାର୍ଯକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ଉମାକାନ୍ତ ସାହୁ; କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ) ଶ୍ରୀ ତନ୍ମୟ କୁମାର ଦରୱାନ; ଏସବିଆଇ ଭବାନୀପାଟଣା ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସୁରେନ୍ଦ୍ର କୁମାର ଜାଲ; କାନାରା ବ୍ୟାଙ୍କର ଡିଭିଜନାଲ ମ୍ୟାନେଜର ଶ୍ରୀ କେ ସୁରେଶ ରେଡ୍ଡୀ ଓ ଶ୍ରୀ ନରେଶ ଚନ୍ଦ୍ର ମହାରଣା; କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଶ୍ରୀ ଧ୍ରୁବ ପ୍ରସାଦ ସିଂହ; ଭାରତୀୟ ରିଜର୍ଭ ବ୍ୟାଙ୍କର ଅଗ୍ରଣୀ ଜିଲ୍ଲା ଅଧିକାରୀ ଶ୍ରୀ ଅମିତ କୁମାର ଓ ଶ୍ରୀ ବିନୋଦ କୁମାର ଦାସ ନାବାର୍ଡ ର ଜିଲ୍ଲା ଉନ୍ନୟନ ପ୍ରବନ୍ଧକ ଶ୍ରୀ ମହେଶ୍ୱର ଦାଶ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।