Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ଏନଜିଓ ସ୍ଥାୟୀ ବିକାଶ ଲକ୍ଷ୍ୟ କାର୍ଯାଳୟ ଉଦଘାଟିତ।

ଗୋପାଳପୁର,୧୭/୧୨ ବ୍ରହ୍ମପୁର ଭିମାରାଓ ପେଟା ଠାରେ ଆଜି ଏକ ଏନଜିଓ ସ୍ଥାୟୀ ବିକାଶ ଲକ୍ଷ୍ୟ ର କାର୍ଯାଳୟ ଉଦଘାଟନ ସହ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଂସ୍ଥାର ସଭାପତି ରବିନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା ତଥା ଓଡ଼ିଶା ଉଚ୍ଚନ୍ୟାୟାଳୟର ଆଇନଜୀବୀ ପ୍ରଭୁ ପ୍ରସନ୍ନ ବେହେରା, ସମ୍ମାନିତ ଅତିଥି ଭାବେ ଡ଼ଃ. ବୃନ୍ଦାବନ ମିଶ୍ର, ଓଡ଼ିଶା ଓପନ ୟୁନଭରସିଟି ବ୍ରହ୍ମପୁର ଶାଖା ନିର୍ଦ୍ଦେଶିକା ଶିତଳ ପୂର୍ଣ୍ଣମା, ଆଇନଜୀବୀ ପ୍ରଦୀପ କୁମାର ବେହେରା, ହଳଦିଆ ତୈଳିକ ବେଶ୍ୟା ସମାଜ ସଭାପତି କିର୍ତନ ସାହୁ, ଆଇନଜୀବୀ ଶିଶିର ପଟ୍ଟନାୟକ, ଟାଇମ୍ସ ଅଫ ଇଣ୍ଡିଆ ସାମ୍ବାଦିକ ହେମନ୍ତ ପ୍ରଧାନ, ଦା ପାଓନୀର ସାମ୍ବାଦିକ ରାଜିବ ଲୋଚନ ରତନ, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ପ୍ରଧ୍ୟାପକ ଡ଼ ନିଳାନ୍ଚଳ ସେଠୀ, ଏବଂ ଡଃ. ବିବେକାନନ୍ଦ ଛୋଟରାୟ, ଉପଦେଷ୍ଟା ଏସ.ଏନ. ତ୍ରିପାଠୀ, ଆଇନ ପରାମର୍ଶ ଦାତା ରଶ୍ମୀ ରଞ୍ଜନ ସିହ୍ନା, ଉପସଭାପତି ରାଜୀବ ଲୋଚନ ମିଶ୍ର ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି ଅବସରରେ ଅତିଥି ମାନେ ଯେଉଁ ଲକ୍ଷ୍ୟ ନେଇ ଯୁବ ସମାଜସେବୀ ମାନଙ୍କ ପକ୍ଷରୁ ଏହି ଏନଜିଓ ଗଠନ କରା ଯାଇଛି, ତାହା ଆଗାମୀ ଦିନରେ ସମାଜର ହିତସାଧନ ରେ ସହାୟ ହେବା ସହ ଜନସାଧାରଣ ଙ୍କ ବହୁବିଧ ସମସ୍ୟା ସମାଧାନର ସୂତ୍ର ବାହକ ହେଇପାରିବ ବୋଲି ମତପୋଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଘର କାର୍ଯକାରୀ ସଭାପତି ରବିନ୍ଦ୍ର କୁମାର ପ୍ରାଧାନ, ସମ୍ପାଦକ ଉମା ଶଙ୍କର ସାହୁ, କୋଷାଧ୍ୟକ୍ଷ ଜୟସେନ ସାସମଲ, ସଂଯୋଜକ ବି ଜନାର୍ଦ୍ଦନ ରେଡ୍ଡୀ, ଯୁଗ୍ମ ସମ୍ପାଦକ ରବିନ୍ଦ୍ର ଗୌଡ, ସାଂଗଠନିକ ସମ୍ପାଦକ ଲକ୍ଷ୍ମୀ ନୃସିଂହ ସାହୁ, ସହାୟକ ସମ୍ପାଦକ ରଞ୍ଜନ କୁମାର ସାବତ, ପ୍ରମୁଖ ଙ୍କ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଟାଉନ ଆଇ. ଡି. ଏଫ୍. ସି ଫାଷ୍ଟ ବ୍ୟାଙ୍କ୍ ସୌଜନ୍ୟ ମୂଳକ ସହାୟତା କରିଥିଲେ। ବିଭିନ୍ନ କାର୍ଯ୍ୟରେ ସଫଳତା ହାସିଲ କରିଥିବା ୧୨ ଜଣ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories