Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାବିନୀପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ।

ଗୋପାଳପୁର,୧୬/୧୨ ଭାବିନୀପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଚାୟତ ଏବଂ କୋୖସ୍ତବ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ସହ ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ l ଏହି ଶିବିରରେ ବରିଷ୍ଟ ଛାତି ଏବଂ ଟିବି ବିଶେଷଜ୍ଞ ଡ଼ଃ ପ୍ରତାପ ଚନ୍ଦ୍ର ମଣ୍ଡଳ, ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ଃ ବି ଜି ବେହେରା, ଶିଶୁରୋଗ ବିଶେଷଜ୍ଞା ଡଃ ଅମ୍ରିତା ପଟ୍ଟନାୟକ, ମେଡ଼ିସିନ ଡାକ୍ତର ଡଃ. ନକୁଳ ସାହୁ ଏବଂ ଡଃ ଏନ ସନ୍ତୋଷ, ଚକ୍ଷୁ ରୋଗ ବିଶେଷଜ୍ଞ ଡ଼ଃ ଆଡମିନ ଜମେଶ ଏବଂ କେ ଅନୁସୂୟା ପ୍ରମୁଖ ଯୋଗଦାନ କରିଥିଲେ l ଏହି ଶିବିରରେ ୨୬୪ ଜଣଙ୍କ ମାଗଣା ଚିକିତ୍ସା ସହ ଔଷଧ ବିତରଣ କରାଯାଇଥିଲା l ଭାବିନିପୁର ସରପଞ୍ଚ ଇଂ ରଞ୍ଜିତ ସାହୁ ଏବଂ କୋୖସ୍ତବ ଚାରିଟେବଲ ଟ୍ରଷ୍ଟର ସଭାପତି ଶରତ ଚନ୍ଦ୍ର ପଢି ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ କେଲୁଆପଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପାରାମେଡିକାଲ ଷ୍ଟାଫ, ପଞ୍ଚାୟତ ର ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମହିଳା ସଙ୍ଘ ସଭାପତି ଏବଂ କର୍ମକର୍ତାଙ୍କ ସହ ଜ଼ିଲ୍ଲା ପରିଷଦ ସଭ୍ୟା ତଅପୋଇ ଦାସ, କୈଳାସ ଶତପଥି, ଦଣ୍ଡପାଣି ପାତ୍ର, ବିପ୍ରଚରଣ ସାହୁ, ବାବୁଲା ଶତପଥି, ସଂଗ୍ରାମ ଆଚାର୍ଯ୍ୟ, ଶ୍ରୀନିବାସ ପାଢ଼ୀ, ରଘୁନାଥ ସାହୁ, ବିଶ୍ୱନାଥ ସାହୁ ରୁସଭ ପାଢ଼ୀ, ରମେଶ ଗୌଡ଼, ରାଧାକୃଷ୍ଣ ରଥ, ସୁଜିତ ଦାସ ଏବଂ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ