Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେସିଙ୍ଗା ଠାରେ ବ୍ଲକ ସ୍ତରୀୟ ନୂଆଓ ଖେଳ ମହାକୁଂଭ ଉଦଘାଟିତ

କଳାହାଣ୍ଡି, ୧୭/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପଂଚାୟତ ସମିତି ପକ୍ଷରୁ ରାଜ୍ଯ ସରକାର ଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ପକ୍ଷରୁ ଅନୁମୋଦିତ ବ୍ଲକ୍ ସ୍ତରୀୟ ଖେଳ ପ୍ରତିଯୋଗିତା ମାହା ଆଡ଼ମ୍ବରରେ ଶନିବାର ଉଦଘାଟିତ ହୋଇ ଯାଇଛି। କେସିଙ୍ଗା ବିଦ୍ୟପୀଠ ଖେଳ ପଡ଼ିଆ ଠାରେ କେସିଙ୍ଗା ବ୍ଳକ ଅଧ୍ୟକ୍ଷ ଚନ୍ଦନ ସେନାପତି ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ।ବ୍ଲକ୍ ର ତିନୋଟି ଖେଳ ପଡ଼ିଆରେ ଠାରେ ଏହି ଖେଳ ଆରମ୍ଭ ହୋଇଥିଲାଏହି ଖେଳ ପ୍ରତି ଯୋଗିତା ୧୬ତାରିଖ ଠାରୁ ଆରମ୍ଭ ହୋଇ ୧୮ତାରିଖରେ ଶେଷ ହେବ। କ୍ରିକେଟ,ଫୁଟବଲ, ହକି,ଖୋକୋ, ଭଲିବଲ୍,କବାଡି ପ୍ରଭୃତି ଖେଳ ତିନିଦିନ ଧରି ଚାଲିବ।କେସିଙ୍ଗା ମିନି ଷ୍ଟାଡିୟମରେ କ୍ରିକେଟ ଖେଳ ଆୟୋଜନ ହେଉଥିବା ବେଳେ ଉତ୍କେଲା ମିନି ଷ୍ଟାଡିୟମରେ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।ସେହିପରି କେସିଙ୍ଗା ବିଦ୍ୟାପୀଠ ଖେଳ ପଡିଆ ରେ ହକି, ଭଲିବଲ,କବାଡି, ଖୋକୋ ଖେଳ ଆୟୋଜନ ହେଉଛି।
ଏହି ଉଦ୍ଗାଟନୀ ଉତ୍ସବରେ ବିଡିଓ ପଦ୍ମନାଭ ପୁରୋହିତ, ଆଇ.ଆଇ.ସି.ପ୍ରାଦୁମ୍ମ ମହାପାତ୍ର,ତହସିଲଦାର ପ୍ରଶାନ୍ତି ପ୍ରଧାନ,ଙ୍କ ସମେତ ସମସ୍ତ ବ୍ଳକ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ସହଯୋଗ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ