Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଣପତି ଆଦର୍ଶ ଶିକ୍ଷା ନିକେତନ ରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିକ୍ଷା ଶିବିର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଗଣପତି ଆଦର୍ଶ ଶିକ୍ଷା ନିକେତନ ରେ 17 ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁପlର ଠେଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରି ଶିବିର କୁ ଉଦଘାଟନ କରିଥିଲେ I ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଜୁନିଅର ରେଡକ୍ରସ ସମ୍ପାଦକ ରାଧାକାନ୍ତ ଗଡତିଆ ବିବରଣୀ ପାଠ କରିଥିଲେ I ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଶିବିର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ଉପ ସଭାପତି ଗତିକୃଷ୍ଣ ମିଶ୍ର ଯୋଗଦେଇ ମାନବ ସେବାରେ ବ୍ରତୀ ହେବାକୁ ପ୍ରଶି କ୍ଷlଥ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ବରିଷ୍ଠ ସାଧନା କର୍ମୀ ଚନ୍ଦ୍ରମଣି ବାଘ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ବାଳକ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ସ୍ୱାଗତ ଭାଷଣ ଦେଇ ଥିବାବେଳେ ଗଣପତି ଆଦର୍ଶ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ ଶିବିରରେ ଜିଲ୍ଲା ର ସମସ୍ତ 6 ଗୋଟି ବ୍ଲକ ର ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ସମୁଦାୟ 113 ଜଣ ମାର୍ଗଦର୍ଶନ ଯୋଗ ଦେଇଥିଲେ I ସେହିପରି 191 ଜଣ ଜୁନିଅର ବାଳକ ଓ 205 ଜଣ ଜୁନିଅର ବାଳିକା ଙ୍କ ସମେତ 10 ଜଣ ସାଧନା କର୍ମୀ ଅଂଶଗ୍ରହଣ କରିଥିଲେ I