Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଇରମାଲ ରେ କୁରାଳ ପଞ୍ଚମୀ ମହୋତ୍ସବ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ଖଇରମାଳ ଗ୍ରାମରେ ରବିବାର କୁରାଳ ପଞ୍ଚମୀ ପୂଜା ମହୋତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସକାଳେ ଗ୍ରାମ ନିକଟସ୍ଥ ହରିହର ଜୋର ନିକଟରେ ଗଙ୍ଗା ମାତାଙ୍କ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଜଳପୂର୍ଣ୍ଣ କଳସି ଧରି ଶତାଧିକ ମହିଳା ପୁରୁଷ ଏକ ଆଧ୍ୟାତ୍ମିକ ପରିବେଶରେ ଶୋଭାଯାତ୍ରା ବାହାରି ପୂଜା ମଣ୍ଡପ ରେ ପହଞ୍ଚି ଲକ୍ଷ୍ମୀ ନାରାୟଣ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ପୂଜକ ଅର୍ଜୁନ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଶତ୍ରୁଘ୍ନ ରଣା ଓ ତାଙ୍କ ଧର୍ମପତ୍ନୀ କଲ୍ୟାଣି ରଣା କର୍ତ୍ତା ଦାଇତ୍ୱ ତୁଲାଇଥିଲେ । ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଳକର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ କୁରାଳ (କୁମ୍ଭାର ) ସମାଜର ଜାତି ଭାଇ ଓ ଭଉଣୀ ମାନେ ଯୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୁରାଳ ସମାଜର ସଭାପତି ବ୍ରହ୍ମ ରଣା , ଉପ ସଭାପତି ବିଶ୍ଵାମିତ୍ର ରଣା , ସଂପାଦକ ମଙ୍ଗୁଳୁ ରଣା , ସହ ସଂପାଦକ ପଟାରି ରଣା , କୋଷାଧ୍ୟକ୍ଷ ସନ୍ତୋଷ ରଣା ଓ ଅରବିନ୍ଦ ରଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ