Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୁରାତନ ଛାତ୍ର ସଂଘର ବାର୍ଷିକ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ

ଗୋପାଳପୁର ୧୭/୧୨ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଆଜି ବିଶ୍ବୁ ପୁରାତନ ଛାତ୍ର ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା l ଛାତ୍ର ସଂଘର ସଭାପତି ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ସିଣ୍ଡିକେଟ ବ୍ୟାଙ୍କର ପ୍ରାକ୍ତନ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର , ସମ୍ମାନିତ ଅତିଥି ଭାବେ କୁଳସଚିବ ସଚ୍ଚିତାନନ୍ଦ ନାୟକ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇ ସଂଘର ଉନ୍ନତି କାମନା କରିଥିଲେ l ଏହି ଅବସରରେ ସଂଘର ସଦସ୍ୟମାନେ ବିଭିନ୍ନ ବିଶ୍ଵବିଦ୍ୟାଳୟରେ କୁଳପତି ଭାବେ କାର୍ଯ୍ୟ ତୁଲାଇଥିବା ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ପ୍ରଫେସର ମନ୍ମଥ ପାଢ଼ୀ, ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର, ପ୍ରଫେସର ପ୍ରତାପ କୁମାର ମହାନ୍ତି, ପ୍ରଫେସର ଦେବୀ ପ୍ରସାଦ ମିଶ୍ରଙ୍କୁ ପୁଷ୍ପଗୁଛ ସହ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ l ସଂଘର ସମ୍ପାଦକ ଡ଼. ନାରାୟଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ l ଡ଼. ସାରଦା ପ୍ରସାଦ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ଭାବେ ସଭାପତି ଭାବେ ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ଉପ ସଭାପତି ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡା,ସମ୍ପାଦକ ଡ଼. ସତ୍ୟ ନାରାୟଣ ସାହୁ, ସହ ସମ୍ପାଦିକl ଡ଼. ରଚନା ପଣ୍ଡା, କୋଷାଧ୍ୟକ୍ଷ ଭାବେ ଡ଼. ସୁମନ କଲ୍ୟାଣ ଚୌଧୁରୀ ଚୟନ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରାୟ ୨ ଶହ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ଡ଼. ଇତିଶ୍ରୀ ଗୀତାକୁମାରୀ ଧନ୍ୟବାଦ ଅର୍ପଣ କରିଥିଲେ l

More Stories