Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ଟି ଅଧ୍ୟକ୍ଷଙ୍କ ଧବଳେଶ୍ଵର ଶୈବପୀଠ ଗସ୍ଥ,୧.୮୮ କୋଟି ବ୍ୟୟ ରେ ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଗୋପାଳପୁର ,୧୭/୧୨
ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସିଥିବା ୫ଟି ଅଧ୍ୟକ୍ଷ ତଥା ଆମ ଓଡିଶା ‘ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପଣ୍ଡିୟାନ ଆଜି ଦ୍ୱିତୀୟ ଦିନରେ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କୁସୁମୀ ଠାରେ ବ୍ରହ୍ମପୁର ରିଙ୍ଗ ରୋଡ କାର୍ଯ୍ୟ ର ସମୀକ୍ଷା କରିବା ପରେ ଗୋଳାବନ୍ଧ ସ୍ଥିତ ଧବଳେଶ୍ଵର ମନ୍ଦିରରେ ପହଞ୍ଚି ‌ପୁରୋହିତ ଶଙ୍କର ରଣାଙ୍କ ଉପସ୍ଥିତିରେ ଧବଳେଶ୍ବର ମହାଦେବଙ୍କୁ ଦର୍ଶନ କରି ସେଠାରେ କ୍ଷୀର ମାର୍ଜନା, ଅଖଣ୍ଡ ଦୀପ ଜାଳିବା ସହ ପୁଷ୍ପାଞ୍ଜଳି ଦେଇଥିଲେ l ପରେ ମନ୍ଦିରର ଚତୁଃପାର୍ଶ୍ଵ ବୁଲି ଦେଖିଥିଲେ । ଏହାପରେ ମନ୍ଦିରର କମିଟି ସଦସ୍ୟ ଓ ପୂଜକ ମାନଙ୍କ ସହ ମନ୍ଦିରର ଉନ୍ନତି କାର୍ଯ୍ୟକୁ ନେଇ ଆଲୋଚନା କରିଥିଲେ । ପରେ ମନ୍ଦିର ପରିସରରେ ଏକ ସଭାର ଆୟୋଜନ ହୋଇଥିଲା ।ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହ ଧବଳେଶ୍ଵର ଶୈବପୀଠ ଉନ୍ନୟନ କାର୍ଯ୍ୟପାଇଁ ମିଳିଥିବା ଅନୁଦାନ ୧.୮୮କୋଟି ବ୍ୟୟରେ ମାଳି ଓ ପୂଜାରୀ ଗୃହ, ଯଜ୍ଞ ମଣ୍ଡପ,ପାର୍କିଂ,ମନ୍ଦିରର ଉନ୍ନତି କରଣ ଆଦି କାର୍ଯ୍ୟକୁ ତୁରନ୍ତ ସାରିବା ପାଇଁ କହିଥିଲେ l ଲକ୍ଷ୍ମୀ ବସ ଯୋଜନା ଜାନୁୟାରୀ ଶେଷସୁଦ୍ଧା ଗଞ୍ଜାମ ର ପ୍ରତ୍ୟେକ ପଞ୍ଚାୟତ ଗଡ଼ିବ ବୋଲି କହିବା ସହ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡୁରା କଲେଜ ଓ ଗୋପାଳପୁର କଲେଜର ୫ଟିରେ ସାମିଲ କରାଯାଇ ଏହାର ବହୁବିଧ ଉନ୍ନତି କରାଯିବ ଯାହାଫଳରେ ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ଗ୍ରହଣ ରଲାଭ ପାଇପାରିବେ । ହରିପୁର ନଦୀ ମୁହାଣ ଖୋଲିବା ପାଇଁ ୮୦ କୋଟି ଅନୁଦାନ ମିଳିବ ବୋଲି କହିବା ସହ ପଞ୍ଚାମା ଗଣେଶ ମନ୍ଦିର ନିମନ୍ତେ ଏକ କୋଟି ୮୦ଲକ୍ଷ । ସେହିପରି ରୂପାନ୍ତରିତ ପାଇଁ ଗୋପାଳପୁର ସାଇନ୍ସ କଲେଜକୁ ୨କୋଟି ୨୫ ଲକ୍ଷ ଟଙ୍କା, ଡୁରା କଲେଜ ପାଇଁ କୋଟିଏ ଟଙ୍କା ମଞ୍ଜୁର ହୋଇଥିବା ସେ ସୂଚନା ଦେଇଥିଲେ। ଏପରି କି ସ୍ଥାନୀୟ ଅଞ୍ଚଳରେ ସମସ୍ତ କଲେକ ଓ ହାଇସେକଣ୍ଡ୍ରିରି ସ୍କୁଲ କୁ ମଧ୍ୟ ୫ଟିରେ ସାମିଲ କରାଯିବ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜର ରୂପାନ୍ତରିକରଣ ସହ ଶୀତଳାପଲ୍ଲୀଠାରେ ଥିବା ଟାଟା ମେଡିକୋ ହସ୍ପିଟାଲ ସ୍ଥାନରେ ସୋମ ହସ୍ପିଟାଲର ନିଜର ସେବା ପ୍ରଦାନ କରିବ ବୋଲି କହିବା ସହ ଦକ୍ଷିଣ ଓଡ଼ିଶାର ଲୋକଙ୍କୁ ଭୁବନେଶ୍ୱର ଓ ବିଶାଖାପାଟଣା ବଦଳରେ ବ୍ରହ୍ମପୁର ରେ ଉପଯୁକ୍ତ ଚିକିତ୍ସା ସେବା ମିଳି ପାରିବ ବୋଉ ୫ଟି ଅଧକ୍ଷ କହିଥିଲେ । ଗଞ୍ଜାମ ଜିଲ୍ଲା ଗୋପାଳପୁରର ସମସ୍ତ ପଞ୍ଚାୟତ କୁ ଲକ୍ଷ୍ମୀ ବସ ଗଡିବ ବୋଲି କହିବା ସହ ମାତ୍ର ୫ଟଙ୍କାରେ ବିଦ୍ୟାର୍ଥୀ ମାନେ ଏହି ସୁବିଧା ପାଇବେ । ଏହା ଜାନୁୟାରୀ ଶେଷ ସୁଦ୍ଧା ଏହି ଯୋଜନା ଆରମ୍ଭ ହେବ ବୋଲି କହିଥିଲେ। ଟାଟା ଏସ ଇ ଜେଡଟ ଓ ଗୋପାଳପୁର ପୋର୍ଟ ଉନ୍ନତି ପାଇଁ ୭୦ ହଜାର କୋଟି ଟଙ୍କାର ପୁଞ୍ଜି ଆସିଥିବା ସେ କହିଥିଲେ । ଏହା ହେବା ଦ୍ୱାରା ବହୁତ ଯୁବପିଢ଼ିଙ୍କୁ ନିଯୁକ୍ତି ମିଳିବ ବୋଲି କହିଛନ୍ତି । ଆଜିର ଏହି ଗସ୍ତ ଅବସରରେ ୫-ଟି ଅଧ୍ୟକ୍ଷଙ୍କ ସହ ରାଜ୍ୟ ସଭା ସାଂସଦ ତଥା ବ୍ରହ୍ମପୁର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ଡ଼ଃ ରମେଶ ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ ବିବେକ ରେଡ଼ି,ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପ୍ରକଳ୍ପ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ ଭି କୀର୍ତ୍ତିଭାସନ,ଆଇଜି ସତ୍ୟବ୍ରତ ଭୋଇ ,ଆରକ୍ଷୀ ଅଧିକାରୀ ଡ଼ା ସର୍ବଣା ବିବେକ ଏମ,ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୂଳକୁର୍ଣ୍ଣି ପ୍ରମୁଖ ପାଣ୍ଡିଆନଙ୍କ ସମୀକ୍ଷା ଗସ୍ତରେ ସମୟରେ ଉପସ୍ଥିତଥିଲେ । ଏହାସହ ପୂର୍ବତନ ଜିଲ୍ଲାପରିଷଦ ତଥା ପାରଳାଖେମୁଣ୍ଡି ପର୍ଯ୍ୟବେକ୍ଷକ ଶଶୀଭୂଷଣ ମହାନ୍ତି ,ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ ଜାନକୀ ରାମ,ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ଅଜିତ କୁମାର ଦାଶ, ସମାଜସେବୀ ଏ ସନ୍ତୋଷ ପାତ୍ର, ରଣ୍ଡା ସରପଞ୍ଚ ଅଜିତ କୁମାର ରାଉଳ ଓ ମହାନଗର ନିଗମର ବହୁ କୋର୍ପେରେଟର,ଏନଏସି ଯୁବ ବିଜେଡି, ଛାତ୍ର ବିଜେଡି, ମହିଳା ବିଜେଡି କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ l ଧବଳେଶ୍ଵର ଗସ୍ତ ବେଳେ ଡୁରା ଛକ, କରାପଲ୍ଲୀ ଛକ, ଗୋଳାବନ୍ଦ ଛକରେ ବିଜେଡ଼ି କର୍ମୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ