ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଗଣପତି ଆଦର୍ଶ ଶିକ୍ଷା ନିକେତନ ଠାରେ ଆୟୋଜିତ ହେଉଥିବା ୧୭ ତମ ଜ଼ିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରର ରବିବାର ଥିଲା ଦ୍ଵିତୀୟ ଦିବସ । ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାରଙ୍କ ଅଧ୍ୟକ୍ଷତା କ୍ରମେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷl ଶାନ୍ତି ଲୁହl ଯୋଗଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଶ୍ରିୟା କର୍ମୀ , ଜିଲ୍ଲାପରିଷଦ ସଭ୍ୟ ଲବ କୁମାର ସାହୁ , ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ବିବଶ୍ଵତୀ ପଣ୍ଡା , ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲକ ବିହାରୀ ପଣ୍ଡା ଓ ସ୍ଥାନୀୟ ବାଳକ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସ୍ଵାସ୍ଥ୍ୟ ସେବା ଓ ବିଶ୍ଵବନ୍ଧୁତା ର ବାର୍ତ୍ତା ପ୍ରଦାନ କରିଥିଲେ l ଗଣପତି ଆଦର୍ଶ ଶିକ୍ଷା ନିକେତନ ର ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମହାକୁର ସ୍ଵାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ବରିଷ୍ଠ ସାଧନକର୍ମୀ ତଥା ମେଣ୍ଡା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଝସକେତନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ହୃଷୀକେଶ ଚାନ୍ଦ ସଭା ସଂଯୋଜନା କରିଥିଲେ l ପରେ ଜୁନିୟରସ୍ ମାନଙ୍କ ଦ୍ଵାରା ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l
ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ର ଦ୍ଵିତୀୟ ଦିବସରେ ସ୍ୱାସ୍ଥ୍ୟ ସେବା ଓ ବିଶ୍ୱ ବନ୍ଧୁତାର ବାର୍ତ୍ତା ପ୍ରଦାନ
