ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରେ ଆଜି ମହାନଦୀ ନେତ୍ର ଚିକିତ୍ସାଲୟ ର ଏକ ପ୍ରତିନିଧି ଦଳ ଯୋଗଦେଇ ୧00 ଜଣଙ୍କର ଚକ୍ଷୁ ପରୀକ୍ଷା କରିଥିଲେ l ଉକ୍ତ ଚକ୍ଷୁପରୀକ୍ଷା ଶିବିର କୁ ମହାନଦୀ ନେତ୍ର ଚିକିତ୍ସାଲୟ ର ଡାକ୍ତର କୌଶିକ ପଟେଲ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ l ଏହି ଉଦଘାଟନୀ ଉତ୍ସବ ରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଦାମ ଚରଣ ସାହୁ ଅଧ୍ୟକ୍ଷତା କରିଥିବାବେଳେ ପରିଚାଳନା କମିଟି ସଭାପତି ଶୟମ୍ଭୁନାଥ ଖଣ୍ଡଗିରି , ଆଲୁମିନି ଏସ୍ୟୁସିଏସନ ର ସମ୍ପାଦକ ପ୍ରାକ୍ତନ ଛାତ୍ର ସଂସଦ ସଭାପତି କିଶୋର ହୋତା , +୨ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ , ନୁଆଁ ଓଡିଶା , ଯୁବ ଓଡିଶା ନବୀନ ଓଡିଶା ର ସଂଯୋଜକ ଅଧ୍ୟାପିକା ଗୀତାଞ୍ଜଳି ପୂଜାରୀ , ଅଧ୍ୟାପକ ବିଜୟ ପଧାନ ପ୍ରମୁଖ ଯୋଗଦେଇଥଲେ I ମହାନଦୀ ନେତ୍ର ଚିକିତ୍ସାଲୟ ତରଫରୁ ଟେକନିସିଆନ ଅନ୍ତର୍ଯ୍ୟାମୀ ନାୟକ , ସତ୍ୟନାରାୟଣ ପଧାନ ଯୋଗଦେଇ ସହଯୋଗ କରିଥିଲେ l ଚାରିଦିନ ଧରି ନିଶାନିବାରଣ , ସଡ଼କ ସୁରକ୍ଷା , ଯୌତୁକ ନିରୋଧ , ବାଲ୍ୟ ବିବାହ ବନ୍ଦ ପ୍ରଭୁତି ସଚେତନତା ଶୋଭାଯାତ୍ରା କଲେଜ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି l ସୋମବାର ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଚକ୍ଷୁ ରୋଗୀ ଚିହ୍ନଟ ପରେ ୩0 ଜଣଙ୍କୁ ଆଖି ଅପରେସନ ପାଇଁ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଲୟ କୁ ନିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ଅଧ୍ୟାପିକା ଯାମିନୀ ଦାଶ ପରିଚାଳନା କରିଥିବାବେଳେ, ଅଧ୍ୟାପକ ସଞ୍ଜୟ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l
ବୀରମହାରାଜପୁର କଲେଜ ରେ ଚକ୍ଷୁ ଚିକିତ୍ସା ଶିବିର
