ଗୋପାଳପୁର,୧୮/୧୨
ବ୍ରହ୍ମପୁର ସିଟି କଲେଜ ଏବଂ ବ୍ରହ୍ମପୁର ସିଟି ଉଚ୍ଚମାଧ୍ୟ୍ୟମିକ ବିଦ୍ୟାଳୟର ମିଳିତଭାବ ରେ ନୂଆ-ଓ ନୂତନ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ବ୍ରହ୍ମପୁର ମହାନଗରର ମେୟର ସଂଘମିତ୍ରା ଦଳେଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ମହାବିଦ୍ୟାଳର ପ୍ରିନସିପାଲ ଡ. ଅନିତା କୁମାରୀ ପଣ୍ଡା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ l କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ. ଅଜୟ କୁମାର ପେଣ୍ଠଇ ତଥା ସୁଦାମ ଚରଣ ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l କ୍ରୀଡା, ସାଂସ୍କୃତିକ ପ୍ରତିଯୋଗିତା ଓ ସାମାଜିକ ସେବା କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଅନେକ ନାଚ ଗୀତ ସଂକୃତିକ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ସକ୍ରିୟ ସହଯୋଗ କରିଥିଲେ l