Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ରାଣୀପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସୋମବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମ୍ପାଦକ ମନୋରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଫୁଲା ମାହେଶ୍ୱରୀ ବିଦ୍ୟାପୀଠର ସଭାପତି ପ୍ରମୋଦ କ୍ଷେତୀ ମୁଖ୍ୟ ଅତିଥି ଓ ସିଆରସିସି ଉମାଶଙ୍କର ପୂଜାରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କନିଷ୍ଠ ବିଭାଗରେ ସ୍ବିଟି ପଧାନ , ପ୍ରଦ୍ୟୁମ୍ନ ମିଶ୍ର , ହିତେଶ କର୍ମୀ , ଆଦର୍ଶ ଅଗ୍ରୱାଲ , ସୋହନ ପଧାନ ଓ ବରିଷ୍ଠ ବିଭାଗରେ ଖୁସିରାଣୀ ମେହେର , ବର୍ଷା ରାଜହଂସ , ବିଶ୍ୱରଂଜନ ଷlଣ୍ଢଙ୍କ ପ୍ରକଳ୍ପ ଗୁଡିକ ଚୟନ ହୋଇଥିଲା । ଏଥିରେ ସର୍ବମୋଟ ୨୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ୫୯ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।