ଗଣପତି ଆଦର୍ଶ ଶିକ୍ଷା ନିକେତନ ରେ ଚାଲିଥିବା କନିଷ୍ଠ ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଗଣପତି ଆଦର୍ଶ ଶିକ୍ଷା ନିକେତନ ଠାରେ ୧୭ ତମ ଜିଲ୍ଲା କନିଷ୍ଠ ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ସୋମବାର ଉଦଯାପିତ ହୋଇଯାଇଛି l ତିନିଦିନ ଧରି ଚାଲିଥିବା ଉକ୍ତ ପ୍ରଶିକ୍ଷଣ ଶିବିର ରେ ଜିଲ୍ଲା ର ଛଅ ଗୋଟି ବ୍ଲକ ରୁ ୧୨୭ ଟି ବିଦ୍ୟାଳୟ ରୁ ୪୦୦ ରୁ ଉର୍ଦ୍ଧ୍ଵ ଜୁନିଅର ଛାତ୍ର ଛାତ୍ରୀ ୧୨୭ ଜଣ ମାର୍ଗଦର୍ଶକ ଏବଂ ଦଶ ଜଣ ସାଧନ କର୍ମୀ ଯୋଗଦାନ କରିଥିଲେ l ଉଦଯାପନୀ ଉତ୍ସବରେ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଯୋଗ ଦେଇଥିଲେ I ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ବ୍ଲକ ର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର , ବିନିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର , ଜିଲ୍ଲା ଜୁନିଅର ରେଡ଼କ୍ରସ ର ଉପ ସଭାପତି ଗତିକୃଷ୍ଣ ମିଶ୍ର , ଯେ ଆର ସି ଓ ରବିଚନ୍ଦ୍ର ପଶାୟତ ପ୍ରମୁଖ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲା ଜୁନିଅର ରେଡ଼କ୍ରସ ର ସମ୍ପାଦକ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ରାଧାକାନ୍ତ ଗଡତିଆ ସଭାପତିତ୍ବ କରିଥିଲେ l ବରିଷ୍ଠ ସାଧନ କର୍ମୀ ଚନ୍ଦ୍ରମଣି ବାଘ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାନ୍ତନୁ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ l