ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା କଲେଜ ପଡ଼ିଆରେ ଆଜି ବ୍ଳକ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜାନୁଆରୀ 5 ତାରିଖରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କୁ ସଫଳ କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରଭୁଦତ୍ତ ବସ୍ତିଆ ଙ୍କ ନେତୃତ୍ବରେ ବରିଷ୍ଟ କଂଗ୍ରେସ ନେତା ଭୋଳାନାଥ ସାଗର , ଏସ୍ ପତ୍ରାପାଲି ସରପଞ୍ଚ ସନାତନ ମହାଲିଙ୍ଗ, ଜିଲ୍ଲା ପର୍ଯ୍ୟବେକ୍ଷକ ରାଜା ମିଶ୍ର , ସୁଧିର ପଣ୍ଡା , ବରିଷ୍ଠ କଂଗ୍ରେସ ନେତା ଗୁପ୍ତେଶ୍ୱର ମାଝୀ , ତ୍ରିପୁରାରୀ ସେଠୀ , ବୁଲୁ ବାରିକ , କାହ୍ନୁ ହାତୀ , ସନ୍ତୋଷ ପଧାନ , ନାରାୟଣ ପଧାନ , ପଙ୍କଜ ବାରିକ , ନନ୍ଦନ ବାରିକ ପ୍ରମୁଖ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।
ଉଲୁଣ୍ଡା କଂଗ୍ରେସ କମିଟି ପକ୍ଷରୁ ଜରୁରୀ ବୈଠକ
