ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ମଙ୍ଗଳବାର ଦିନ ସନ୍ଧ୍ୟାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ. ବିଭୂତି ଭୂଷଣ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ମୁଖ୍ୟ ଅତିଥି ଏବଂ ବୀରମହାରାଜପୁର ଉପଜିଲ୍ଲାପାଳ ଲଳାଟେନ୍ଦୁ ସିଂ , ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକ , ନିର୍ବାହୀ ଯନ୍ତ୍ରୀ ଲାସା ମୁର୍ମୁ , ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଆତ୍ମ ଅଧ୍ୟକ୍ଷ ବିବଶ୍ୱତି ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷି ଯନ୍ତ୍ରପାତି ଉପରେ ମତବ୍ୟକ୍ତ କରିଥିଲେ । କିଭଳି ଭାବରେ ସହଜ ଓ ସୁବିଧାରେ କୃଷି ଯନ୍ତ୍ରପାତି ମିଳିପାରିବ ଏବଂ ଚାଷୀଙ୍କ ପାଇଁ କିଭଳି ଏହା ର ଆବଶ୍ୟକ ରହିଛି ଉପସ୍ଥିତ ଅଧିକାରୀମାନେ ବୁଝାଇଥିଲେ । ସୁଶ୍ରୀ ସ୍ମିତା ପଣ୍ଡା ସଭାକୁ ସଂଯୋଜନା କରିଥିବା ବେଳେ ଲାସା ମୁର୍ମୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରାୟ ୪୦ ଟି କୃଷି ଓ ଆନୁଷଙ୍ଗିକ ଷ୍ଟଲ ରେ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହେଉଛି । ଏହି ମେଳା ତିନି ଦିନ ଧରି ହେବ। ସଭା ପରେ ସ୍ଥାନୀୟ କଳାକାର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ବୀରମହାରାଜପୁର ରେ ଉପଖଣ୍ଡ ସ୍ତରୀୟ କୃଷି ଜନ୍ତ୍ରପାତି ମେଳା ଉଦଘାଟିତ
