Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ଵି-ଦିବସିୟ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ଜାମଗାଁ ୨୦/୧୨ (ଓଡ଼ିଶା ନ୍ୟୁଜ) ଓଡ଼ିଶା ସରକାରଙ୍କ ନୂଆ-ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅବସରରେ ଲଖନପୁର ବ୍ଲକ ଜାମଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଖେଳ ପଡ଼ିଆରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ଦ୍ଵି ଦିବସିୟ କ୍ରୀଡ଼ା ପ୍ରତିଯୋଗିତା ମଙ୍ଗଳବାର ଦିନ ଉଦଯାପିତ ହୋଇ ଯାଇଛି । ଏହି ଅବସରରେ ଲଖନପୁର ବ୍ଲକର ସମସ୍ତ ୩୩ ଗୋଟି ପଞ୍ଚାୟତରୁ ୧୩ ରୁ ୩୫ ବର୍ଷୀୟ ଯୁବକ ଯୁବତୀ ମାନେ ଭଳିବଲ ଓ ଖଖୋ ପ୍ରତିଯୋଗିତାରେ ଭାଗ ନେଇଥିଲେ । ରେଫରୀ ଭାବେ ତୁଷାରାମ ପଧାନ,ସୁଦର୍ଶନ ମେହେର,ବିକାଶ ପଧାନ, ସୁକାନ୍ତ ବାଗ, ବିହାରିଲାଲ ପଟେଲ, ରାଜେଶ କୁମାର ସିଂହ, ଗୌରଚନ୍ଦ୍ର ଭୋଇ ଖେଳ ପରିଚାଳନା କରିଥିବା ବେଳେ ତରଣୀସେନ ବାରିକ, ସଞ୍ଜୟ ବିଶ୍ଵାଳ,ଅଙ୍କିତ ଖମାରୀ, ସୌକି ପଧାନ, ଗୁରୁଚରଣ ନାଏକ, କିରଣ ଭୋଇ, ଦିବ୍ୟରଞ୍ଜନ କୁମ୍ଭାର,ସୁଶାନ୍ତ ବାରିକ,ଅଶୋକ ପସାୟତ, ଧନିରାମ ସା, ପୁଷ୍ପାଞ୍ଜଳି ପସାୟତ, ଜୟଶ୍ରୀ ଡନସନା, ଭୁବନେଶ୍ଵରୀ ମାଝୀ,ସୁରଜ ପଧାନ,କୁବେର ନାଏକ ସହଯୋଗ କରିଥିଲେ ।
ଉଦଯାପନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଗୋପୀନାଥ ସାଏ ସଭାପତିତ୍ୱ କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିମାଇଁ ନେଟୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଲଖନପୁର ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ନରେନ୍ଦ୍ର ତିହିରିଆ,ବ୍ଲକ ବିଜେଡି ସଭାପତି ରବିରତ୍ନ ପଧାନ, ପଞ୍ଚଗାଁ ସମିତି ସଭ୍ୟ ରୋହିତ ଧୁରୁଆ, ଡମ୍ବରୁଧର ପଧାନ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
ଉକ୍ତ କ୍ରୀଡ଼ା ପ୍ରତିଯୋଗିତା ନୋଡାଲ ଅଧିକାରୀ ତଥା ଡବ୍ଲୁଇଓ ଜୌସ୍ନା ରାଉଡିଆ ଓ ବରିଷ୍ଠ ରାଜସ୍ୱ ସହାୟକ ଅଜୟ କୁମାର ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ପିଇଓ ନିମାଇଁ ନେଟୀ, ଉପସ୍ବାସ୍ଥ୍ୟ ଅଧିକାରିଣୀ ଭବାନୀ କୁମାରୀ ମହାନ୍ତ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଅରୁଣ ମୁଖୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ମୟୂରୀ ନାଏକ, ଏମବିକେ ପୁଷ୍ପାଞ୍ଜଳି ସାହୁ, ସିଆରପି ପୁନମ ଭୋଇ, ଅଞ୍ଜନା ସା ଓ ସୌଦାମିନୀ ପଧାନ, କତରବଗା ଜିଏସ ଦୀପ୍ତି ବିଶ୍ୱାଳ,ଜାମଗାଁ ଜିଆରଏସ ନିତ୍ୟାନନ୍ଦ ବାରିକ, ସ୍ଥାନୀୟ ୱାର୍ଡ଼ ସଭ୍ୟସଭ୍ୟା ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଖେଳ ଶିକ୍ଷକ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ