Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସିଣ୍ଢୋଲ ଆଞ୍ଚଳିକ ଡିଗ୍ରୀ କଲେଜ କୁ ଉପ ନିର୍ଦ୍ଦେଶକ ଙ୍କ ପରିଦର୍ଶନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସିଣ୍ଢୋଳ ଆଞ୍ଚଳିକ ଡିଗ୍ରୀ କଲେଜ କୁ ଆଜି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ସମ୍ବଲପୁର ର ଉପ ନିର୍ଦ୍ଦେଶକ ପ୍ରଫେସର ଉମାଶଙ୍କର ଦାଶ ଓ ବରିଷ୍ଠ ସହାୟକ ଗୋପାଳକୃଷ୍ଣ ନେଉଳ ପରିଦର୍ଶନ କରିଥିଲେ । ଏହି ଅବସରରେ ଓଡିଶା ସରକାରଙ୍କ ପ୍ରଦତ୍ତ ଛାତ୍ରବୃତ୍ତି ଯୋଜନାର ସଠିକତା ପାଇଁ ବିଭିନ୍ନ କାଗଜପତ୍ର ତଥା ନଥିପତ୍ର ଯାଞ୍ଚ କରିବା ସହ କଲେଜର କୋଠାବାଡି , ପାଠାଗାର ଓ ଅନ୍ୟାନ୍ୟ କ୍ଷେତ୍ରକୁ ପରିଦର୍ଶନ କରି ଅତ୍ୟନ୍ତ ଖୁସି ହୋଇଥିଲେ । ବୁଧବାର କଲେଜ ଅଧ୍ୟକ୍ଷ ପବିତ୍ର ବାରିକ ଙ୍କ ଅଧ୍ୟକ୍ଷତାରେ ଉପସ୍ଥିତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ସହ ଭାବ ବିନିମୟ ହେବା ସହିତ ଶିକ୍ଷାର ପ୍ରୟୋଗାତ୍ମକ ବ୍ୟବହାର , ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦେଇ ସମସ୍ତଙ୍କୁ ଛାତ୍ରଛାତ୍ରୀ ଓ ଅନୁଷ୍ଠାନର ଉନ୍ନତିରେ ବ୍ରତୀ ହେବା ପାଇଁ ଦିଗଦର୍ଶନ ଦେଇଥିଲେ । ଶେଷରେ ଉପ ନିର୍ଦ୍ଦେଶକ ଛାତ୍ରଛାତ୍ରୀ ଙ୍କ ସହ ଭାବ ବିନିମୟ ହୋଇ କଲେଜର ଶିକ୍ଷାଦାନ ପ୍ରଣାଳୀ , ଚରିତ୍ର ଗଠନ ଓ ନିଜର ଭବିଷ୍ୟତ ଗଠନ ପାଇଁ ଉପଦେଶ ଦେଇଥିଲେ । ଆଜିର ଏହି ପରିଦର୍ଶନ କାର୍ଯ୍ୟକ୍ରମ ରେ କଲେଜ ପ୍ରତିଷ୍ଠାତା ଛନ୍ଦାଚରଣ ଦାସ , ଅଧ୍ୟାପକ ଅଜୀତ ମେହେର , ଶ୍ରୀକାନ୍ତ ରଣା , ସୁରତ ଗୁରୁ , କୁଳମଣୀ ସାହୁ , ଆଲୋକ କୁମାର ଶର୍ମା , ଜତନ ବାଗ୍ , ପ୍ରତ୍ୟୁଷ ରଂଜନ ସାହୁ , ଲଳିତ ବେହେରା , ବାସୁଦେବ ଦେହେରୀ ଅଧ୍ୟାପିକା ଜୟନ୍ତୀ ଘିବିଲା , ସଂଧ୍ୟାଦିପା ଗୁରୁ , ରାଜଲକ୍ଷ୍ମୀ ମହାରଣା , ଧରିତ୍ରୀ ବିଶ୍ଵାଳ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ ।