Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଳାବନ୍ଧ ପଞ୍ଚାୟତ ଙ୍କ ବିଭିନ୍ନ ସମସ୍ୟା ନେଇ ରକ୍ଷାମନ୍ତ୍ରୀ ଙ୍କୁ ଦାବି ଜଣାଇଲେ ବ୍ରହ୍ମପୁର ସାଂସଦ।

ଗୋପାଳପୁର,୨୦/୧୨ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଗୋଳାବନ୍ଧ ସ୍ଥିତ ସାମରିକ ବାହିନୀ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ ସହ ବାଡ଼ ନିର୍ମାଣ ଯୋଗୁଁ ସ୍ଥାନୀୟ ଜନସାଧାରଣ ହଇରାଣ ହେଉଥିବା ନେଇ ବ୍ରହ୍ମପୁର ସାଂସଦ କୁ ଅବଗତ କରାଇଥିଲେ।ଏହି କ୍ରମରେ ସାଂସଦ ଚନ୍ଦ୍ରଶେଖର ସାହୁ ଦିଲ୍ଲୀ ଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କୁ ଭେଟି ଦାବି ଜଣାଇବା ସହ ଆଲୋଚନା କରିଛନ୍ତି। ଗ୍ରାମବାସୀ ମାନେ ସାମରିକ ବିଭାଗ ପକ୍ଷରୁ ଜାରି ରହିଥିବା ପ୍ରଶସ୍ତିକରଣ କାମ ଯୋଗୁଁ ସେମାନଙ୍କ ପାଇଁ ଉପଯୋଗୀ ହେଉଥିବା ରାସ୍ତା, ମନ୍ଦିର , ପୋଖରୀ ଓ ଶ୍ମଶାନ କୁ ଯାଅଆସ ରେ ସାଧାରଣ ଲୋକଙ୍କୁ ନାନା ପ୍ରକାର ଅସୁବିଧା ଭୋଗିବାକୁ ପଡୁଥିବା ନେଇ ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମବାସୀ ଙ୍କ ପକ୍ଷରୁ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଏବଂ ସାଂସଦ ଚନ୍ଦ୍ରଶେଖର ସାହୁ ଙ୍କୁ ଅଭିଯୋଗ କରି ସମାଧାନ ପାଇଁ ଅନୁରୋଧ କରିଥିଲେ।,ଏହି ଘଟଣାରେ ବିଧାୟକ ଏବଂ ସାଂସଦ ମିଶି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ଆଜି ସାଂସଦ ଶ୍ରୀ ସାହୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କୁ ପତ୍ର ଲେଖିବା ସହିତ ପ୍ରତ୍ୟକ୍ଷ ଭାବେ ଦେଖାକରି ଅଭିଯୋଗ ତଥା ଅନୁରୋଧ ଉପସ୍ଥାପନ କରିଥିଲେ। ଏଣୁ ସ୍ଥାନୀୟ ଗୋଳାବନ୍ଧ ଅଞ୍ଚଳର ଜନସାଧାରଣ ଉଭୟ ସାଂସଦ ଏବଂ ବିଧାୟକଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ