Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ବୀପାଞ୍ଚଳ ପାଇଁ ଉପ ନିର୍ବାଚନ; କିଏ ଧରିବ ବିକାଶର ମଙ୍ଗ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ବିଛିନ୍ନାଞ୍ଚଳ ଦ୍ବୀପାଞ୍ଚଳ ଭାବେ ପରିଚିତ ତାଳଦା ଗ୍ରାମପଞ୍ଚାୟତର ସମିତି ସଭ୍ୟ ନିର୍ବାଚନ ପାଇଁ ଚାଲିଛି ସମର ସଜ୍ଜା । ଆସନ୍ତା ମେ ୨ଦୁଇ ତାରିଖରେ ହେବାକୁ ଥିବା ଉପ-ନିର୍ବାଚନ ନିମନ୍ତେ ମଙ୍ଗଳବାର ଦିନ, ଅସ୍ତରଙ୍ଗର ମିଳିତ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ସୁକାନ୍ତ କୁମାର ସେଠୀ ନିଜର ସମର୍ଥକଙ୍କ ସହ ବ୍ଲକ କାର୍ଯ୍ୟାଳୟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଆରତୀ ନାଏକ, ମେଣ୍ଟ ଆବାହକ ଦିବାକର ଛାଟୋଇ ଓ ବ୍ଲକ ଅଞ୍ଚଳର ର ବିଭିନ୍ନ ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ସମେତ ସମିତି ସଭ୍ୟ ମାନଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଯାଇ ଅସ୍ତରଙ୍ଗ ବ୍ଲକ ବି ଡି ଓଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।ସେହିପରି ବୁଧବାର ଦିନ ତାଳଦା ଗ୍ରାମପଞ୍ଚାୟତର ଦିବଙ୍ଗତ ସମିତିସଭ୍ୟ ଶ୍ରୀ ଗିରିଧାରୀ ସେଠୀ ଙ୍କ ପୁତ୍ର ଅମିୟ କୁମାର ସେଠୀ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଭାବେ ବିପୁଳ ସମର୍ଥକଙ୍କ ସହ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଓ ପୁରୀ ଜିଲ୍ଲା ଉପାଧକ୍ଷ ସ୍ବାଧୀନ କୁମାର ନାୟକଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରୀ ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ସରପଞ୍ଚ ,ସମିତି ସଭ୍ୟ,ଜିଲ୍ଲାପରିଷଦ,୧୫ ପଂଚାୟତର ସଭାପତି,ଓ୍ବାଡମେମ୍ବରଙ୍କ ସମେତ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ ପ୍ରମୁଖ ଉପସ୍ଥିତ ରହି ପ୍ରାର୍ଥୀଙ୍କୁ ଉତ୍ସାହିତ କରିଥିଲେ ।

ପ୍ରକାଶ ଯୋଗ୍ୟ ଯେ, ସ୍ୱର୍ଗତ ଗିରିଧାରୀ ସେଠୀ ପୁର୍ବରୁ ତାଳଦା ଗ୍ରାମପଞ୍ଚାୟତର ସରପଞ୍ଚ ଥିବା ବେଳେ,ପୁଣି ଗତ ବର୍ଷ ପଞ୍ଚାୟତ ନିର୍ବାଚନ ରେ ତାଳଦା ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଜନ ସେବାରେ ନିୟୋଜିତ ଥିବା ସମୟରେ ତାଙ୍କର ଅକାଳ ବିୟୋଗ ହୋଇଥିଲା । ଏବେ ଚଳିତ ଉପନିର୍ବାଚନରେ ତାଙ୍କ ପୁଅ ଅମିୟ ସେଠୀ,ଆଜି ନାମାଙ୍କନ ଭରିବାପରେ ବାପାଙ୍କ ଅଧୁରା ସ୍ବପ୍ନକୁ ସାକାର କରିବାକୁ ଲକ୍ଷ୍ୟ ରଖିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।ପ୍ରାଥମିକ ପର୍ଯ୍ୟାୟରେ ପାନୀୟ ଜଳ ଯୋଗାଣ,ଗମନା ଗମନ ସୁବିଧାକୁ ସୁଦୃଢୀକରଣ କରିବାର ଲକ୍ଷ୍ୟ ରଖିଛନ୍ତି ଅମିୟ ।