Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଜାମଗାଁର ସଫଳତା

ଝାରସୁଗୁଡା୨୧/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସଦର ମହକୁମା ସମଲେଇ ଖେଳ ପଡ଼ିଆରେ ଅନୁଷ୍ଠିତ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଜାମଗାଁ ଗ୍ରାମ ପଞ୍ଚାୟତର ଯୁବକ ଯୁବତୀ ମାନେ ସଫଳତା ହାସଲ କରି ପଞ୍ଚାୟତ ପାଇଁ ଗୌରବ ଆଣିଛନ୍ତି । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ମହିଳା ଭଳିବଲ ପ୍ରତିଯୋଗିତାର ଫାଇନାଲ ଖେଳରେ ଖଏରକୁନିକୁ ହରାଇ ଜାମଗାଁ ଦଳ ଚମ୍ପିୟାନ ହୋଇଥିଲା । ସେହିପରି ଯୁବକ ବର୍ଗର ଖଖୋ ଫାଇନାଲ ଖେଳରେ ପିପିଲିମାଲକୁ ହରାଇ ଜାମଗାଁ ଦଳ ଚମ୍ପିୟାନ ହୋଇଥିବା ବେଳେ ମହିଳା ଫୁଟବଲ ଫାଇନାଲ ଖେଳ ରେ ପିପିଲିମାଲ ଚମ୍ପିୟାନ ହୋଇଥିବା ବେଳେ ଜାମଗାଁ ଦଳ ଦ୍ଵିତୀୟ ସ୍ଥାନ ଅଧିକାର କରି ବ୍ଲକ ସ୍ତରରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କାର ସ୍ୱରୂପ ଟ୍ରଫି ସହ ନଗଦ ରାଶି ଗ୍ରହଣ କରିଥିଲେ । ଏଥିପାଇଁ ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, ଜାମଗାଁ ସରପଞ୍ଚ ଗୋପୀନାଥ ସାଏ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ,ପିଇଓ ନିମାଇଁ ନେଟୀ, ଜାମଗାଁ ଆଞ୍ଚଳିକ ହାଇସ୍କୁଲର ପ୍ରଧାନ ଶିକ୍ଷକ ନବୀନ ଭୋଇଙ୍କ ସମେତ ସମସ୍ତ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ପଞ୍ଚାୟତ ପ୍ରତିନିଧି ଏବଂ ପଞ୍ଚାୟତବାସୀ ଜାମଗାଁ ଆଞ୍ଚଳିକ ହାଇସ୍କୁଲର ଖେଳ ଶିକ୍ଷକ ସୁକାନ୍ତ ବାଗ ଙ୍କ ସହିତ ସମସ୍ତ ଖେଳାଳି ମାନଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି ।

More Stories