Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିକମପାଲି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

ଝାରସୁଗୁଡା ୨୧/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ସର୍ବ ପୁରାତନ ଭିକମପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ସର୍ବ ପ୍ରଥମେ ଶ୍ରୀ ଗଣେଶଙ୍କ ଫଟୋ ଚିତ୍ର ସମ୍ମୁଖରେ ଦ୍ବୀପ ପ୍ରଜ୍ବଳନ ସହ ପୂଜାର୍ଚ୍ଚନା ପରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରା ଯାଇଥିଲା । ଭିକମପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭା ପ୍ରାରମ୍ଭରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ସାଲେକରାମ ନାଏକ, ସ୍ଵ. ନରସିଂହ ପ୍ରସାଦ ସାଏ, ସ୍ୱ. ମାର୍କଣ୍ଡ ମିଶ୍ର,ସ୍ୱ.ଭୀଷ୍ମଦେଵ ନାଥ,ସ୍ୱ.ଗୌରୀ ଶଙ୍କର ସାହୁ, ସ୍ୱ.ରଘୁନାଥ ଖମାରୀ,ସ୍ୱ.ନକୁଳ ପ୍ରସାଦ ମିଶ୍ର, ସ୍ୱ.ସନାତନ ମେହେର ଏବଂ ସ୍ୱ.ତପେଶ୍ୱର ଭୋଇଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ବିଦ୍ୟାଳୟର ଭୁତପୂର୍ବ ସଂସ୍କୃତ ଶିକ୍ଷକ ସ୍ବର୍ଗତ ଧ୍ରୁବ ଚରଣ ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରା ଯାଇଥିଲା ।
ଭିକମପାଲି ହାଇସ୍କୁଲର ପ୍ରଧାନ ଶ୍ରୀ ବେହେରା ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଏବଂ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସହକାରୀ ଶିକ୍ଷକ ବିଷ୍ଣୁ ପ୍ରସାଦ ପଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଖମାରୀ ମୁଖ୍ୟ ଅତିଥି ଏବଂ ମୂଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଜଗଦୀଶ ପ୍ରସାଦ ମିଶ୍ର ଯୋଗଦାନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ସାହୁ, ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ମଧ୍ୟରେ କ୍ଷୀତିଶ୍ବର ପୂଜାରୀ,ଦେବାର୍ଚ୍ଚନ ସରାଫ, ଦୁଃଖୀଶ୍ୟାମ ପଟ୍ଟନାୟକ, ପୌଲସ୍ତ୍ୟି ମେହେର,ଚନ୍ଦ୍ରମଣି ମେହେର, ଭବାନୀ ଶଙ୍କର ମେହେର, ପୁରାତନ ଛାତ୍ର ମହେନ୍ଦ୍ର କୁମାର ସାଏ ଓ ସରୋଜ ନନ୍ଦ, ସନ୍ତୋଷ ପଧାନ,ପରିଚାଳନା କମିଟିର ସଭାପତି ପ୍ରମୋଦ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସମାଜରେ ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଗଢ଼ି ତୋଲିବାକୁ ହେଲେ ସତପଥ ଅନୁସରଣ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ସଭା ଶେଷରେ ଶିକ୍ଷୟିତ୍ରୀ ଅନୁପମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ନାଟ୍ୟକାର ସନ୍ତୋଷ କୁମାର ପଧାନଙ୍କ ଦ୍ୱାରା ନିର୍ଦ୍ଦେଶିତ “ଅନୁତାପ ର ଅଶ୍ରୁ” ନାଟକ ଛାତ୍ରଛାତ୍ରୀ ମାନେ ମଞ୍ଚସ୍ଥ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୁ ସହାକାରୀ ଶିକ୍ଷକ ନବୀନ ସା, କୀର୍ତ୍ତି ସିଦାର, ଅନୁପମା ସାହୁ, ମାଧବୀଲତା ଖମାରୀ, ବୃନ୍ଦାବନ ସୁନା, ନିତ୍ୟାନନ୍ଦ ନାଏକ, ସୁଶୀଳ ମେହେର, ଏକଲବ୍ୟ ମେହେରଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ପୁରାତନ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ