Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉପଖଣ୍ଡ ସ୍ତରୀୟ କୃଷି ଜନ୍ତ୍ରପାତି ମେଳା ର ଦ୍ଵିତୀୟ ଦିବସରେ କୃଷକ ପାଠଶାଳା

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୩ର ବୁଧୁବାର ଥିଲା ଦ୍ଵିତୀୟ ଦିବସ । ଏହି ଅବସର ରେ “କୃଷି ସମ୍ବନ୍ଧୀୟ ପାଠଶାଳା ଅନୁଷ୍ଠିତ ହୋଇଯାଇଛି । ପାଠଶାଳା ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ସହକାରୀ କୃଷି ଯନ୍ତ୍ରୀ ଇଂ ପ୍ରିୟଙ୍କା ବେହେରା ଚାଷୀଙ୍କୁ ଅବଗତ କରିଥିଲେ । ପ୍ରାଣୀ ଚିକିତ୍ସକ ଡାକ୍ତର ଆକାଶ କୁମାର ସାହୁ ରାଜ୍ୟ ସରକାରଙ୍କ ପ୍ରାଣୀ ଧନ ବିଭାଗ ଦ୍ଵାରା କାର୍ଯକାରୀ ହେଉଥିବା ବିଭିନ୍ନ ଯୋଜନ ସଂପର୍କରେ ଚାଷୀଙ୍କୁ ଅବଗତ କରିଥିଲେ । ସହକାରୀ କୃଷି ଯନ୍ତ୍ରୀ ଇଂ. ରଶ୍ମିତା ଦଳାଇ କୃଷି ଯନ୍ତ୍ରପାତି ପାଇବା ପାଇଁ ଆବେଦନ ପ୍ରଣାଳୀ , କୃଷକ ପରିଚୟ ପତ୍ର ପଞ୍ଜୀକରଣ , କୃଷକ ଓଡ଼ିଶା , ଗୋ ସୁଗମ ପୋର୍ଟାଲ ରେ ରେଜିଷ୍ଟ୍ରି ପ୍ରକ୍ରିୟା , ପରମିଟ ଅର୍ଡର୍ , ଇ -ଚଲାନ , ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ବ୍ୟକ୍ତିଗତ ରିହାତି ସମ୍ପର୍କରେ ଚାଷୀଙ୍କୁ ଅବଗତ କରିଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ ମତ୍ସ୍ୟ ସମ୍ପଦ ବିଭାଗ ଦ୍ଵାରା ଚାଷୀ ଙ୍କୁ ବ୍ୟକ୍ତିଗତ ଓ ସାମୁହିକ ଭାବରେ ଦିଆ ଯାଉଥିବା ସରକାରୀ ସହାୟତା ରିହାତି ସ୍କିମ ୱାରି ଚାଷୀ ଙ୍କୁ ବୁଝାଇ କହିଥିଲେ । ସହକାରୀ କୃଷି ଅଧିକାରୀ ଯଶୋବନ୍ତ ପଧାନ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀଙ୍କୁ ଅବଗତ କରିଥିଲେ । ଅତିରିକ୍ତ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ବିଦ୍ୟାଧର ଦାସ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିବା ସହ ବ୍ୟକ୍ତିଗତ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କ ରିହାତି ସଂପର୍କରେ ଅବଗତ କରିଥିଲେ । ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ଡ. ବିଭୂତି ଭୂଷଣ ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରି କୃଷି ଓ ଆନୁଷଙ୍ଗିକ କୃଷିଜିବୀ ଙ୍କୁ ଉଦ୍ୟୋଗୀ ହେବା ପାଇଁ ମୁଖ୍ୟ ମନ୍ତ୍ରୀ କୃଷୀ ଉଦ୍ୟୋଗ ଯୋଜନା ର ରିହାତି ସହାୟତା ଉଭୟ ଋଣୀ ଓ ଅଣ ଋଣି ଙ୍କ ପାଇଁ ଥିବା, ଔଷଧ କିଣିବାରେ ଥିବା ରିହାତି ସଂପର୍କରେ ଚାଷୀଙ୍କୁ ଅବଗତ କରି କୃଷି ଯନ୍ତ୍ରପାତି ମେଳା ର ଭରପୁର ଫାଇଦl ନେବାକୁ ଅନୁରୋଧ କରିଥିଲେ । ଗୋଷ୍ଠୀ କୃଷି ଅଧିକାରୀ ମକରଧ୍ବଜ ପଟେଲ ଧନ୍ୟବାଦ୍ ଅର୍ପଣ କରିଥଲେ ।