ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ବିଭିନ୍ନ ଜୋନ ରେ ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ ରେ ଭିନ୍ନ ଭିନ୍ନ ଖେଳ କୁଦ ହେଉଛି । ତିନିଦିନ ଧରି ଚାଲି ଥିବା ଉକ୍ତ କ୍ରୀଡ଼ା ଉତ୍ସବରେ କ୍ରିକେଟ , ଫୁଟବଲ , ହକି , ଭଲିବଲ , କବାଡି , ଖୋକୋ ଆଦି ଖେଳ ର ପ୍ରତିଯୋଗିତା ହୋଇଥିଲା । ମଙ୍ଗଳବାର ଠାରୁ ହୋଇଥିବା ଉକ୍ତ କ୍ରୀଡ଼ା ବୁଧୁବାର ଦିନ ଉଦଯାପିତ ହୋଇଯାଇଛି । ଏଥିରେ ବ୍ଲକ ର ବିଭିନ୍ନ ଅଞ୍ଚଳର ପଞ୍ଜୀକୃତ ଶତାଧିକ ଖେଳାଳି ଅଂଶଗ୍ରହଣ କରିଥିଲେ । ଅମରପାଲି , କମିରା , ବାଗବର ଓ ପଣ୍ଡିଆପାଲି ଜୋନ ରେ ଅନୁଷ୍ଠିତ ହୋଇଥିଲା କ୍ରିକେଟ ପ୍ରତିଯୋଗିତା । ଅମରପାଲି ଠାରେ ହୋଇଥିବା କ୍ରିକେଟ ରେ ବହଳପଦର , ଲୁତୁରପଙ୍କ , କେନଝିରିଆପାଲି ଓ ଦୁର୍ଜନତୈଲା ପଞ୍ଚାୟତ ର ବିଭିନ୍ନ ଗ୍ରାମର କ୍ରିକେଟ ଦଳ ଅଂଶ ଗ୍ରହଣ କରିଥିଲେ । ଏହି ଜୋନ ରେ ଲୁତୁରପଙ୍କ ବିଜୟୀ ହୋଇଥିବା ବେଳେ ପଣ୍ଡିଆପାଲି ଜୋନ ରେ ରଥପୁର ବିଜୟୀ ହୋଇଥିଲା । ସେହିପରି ବଗବର ଜୋନ ରେ ବରଘାଟ ଦଳ ବିଜୟୀ ହୋଇଥିବା ବେଳେ କମିରା ଜୋନ ରେ ବଜରଙ୍ଗ ବାଲି କ୍ଲବ ଜଟେସିଂହା ଦଳ ବିଜୟୀ ହୋଇଛନ୍ତି। ବୁଧୁବାର ଏହି ଚାରି ଜୋନ ର ବିଜେତା ଦଳ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଖେଳିଲେ । ସୁବଳୟା ରେ ଉଭୟ ବାଳିକା ଓ ବାଳକ ବିଭାଗରେ କବାଡି ଓ ଖୋ କୋ ପ୍ରତିଯୋଗିତା ହୋଇଥିବା ସହିତ ଭଲିବଲ ଖେଳ ମଧ୍ୟ ହୋଇଥିଲା । ଭଲିବଲ ର ଫାଇନାଲ ରେ ଅମରପାଲି କୁ ହରାଇ ସୁବଳୟା ଚାମ୍ପିଅନ ହୋଇଛି । ସେହିପରି ବହଳପଦର ପଞ୍ଚାୟତ ର ସୁରଧାପାଲି ( ହୋତାପାଲି) ରେ ହକି ଖେଳ ହୋଇଥିଲା । ଏଥିରେ ବ୍ଲକ ର ତିନୋଟି ଦଳ ଅଂଶ ଗ୍ରହଣ କରିଛନ୍ତି । ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ଉପାଧ୍ୟକ୍ଷ ନାରାୟଣ ଲୁହା , ବିଡ଼ିଓ ରଘୁନାଥ ପାଣିଗ୍ରାହୀ , ଏବିଡିଓ ପୁରୁଷୋତ୍ତମ ଧାରୁଆ ଙ୍କ ସମେତ ସମସ୍ତ ପଞ୍ଚାୟତ ର ସରପଞ୍ଚ , ସମିତି ସଭ୍ୟ ମାନେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି ।
ବୀରମହାରାଜପୁରର ବିଭିନ୍ନ ଜୋନରେ ଚାଲିଥିବା ବ୍ଲକ ସ୍ତରୀୟ ଯୁବ କ୍ରୀଡ଼ା ଉତ୍ସବ ଉଦଯାପିତ
