ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ର ୧୧ ତମ ବାର୍ଷିକ କ୍ରିଡା ଉତ୍ସବ ଉଦଯାପିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା କ୍ରିଡା ଉତ୍ସବର ଉଦଘାଟନୀ ସମାରୋହରେ ନରୋତ୍ତମ ଚାନ୍ଦ ଓ ମହମ୍ମଦ କଲିମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନିକଟସ୍ଥ ଭଙ୍ଗାମୁଣ୍ଡା ମଠରୁ ମଶାଲ ଶୋଭାଯାତ୍ରା ବାହାରି ପଣ୍ଡିଆପାଲି ସ୍ଥିତ ପଡିଆକୁ ଆସିଥିଲେ ।ବିଭିନ୍ନ ପ୍ରତିଯୋଗିତାରେ ପ୍ରାୟ ୩୫୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ କମଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ଶିକ୍ଷକ ମହମ୍ମଦ କଲିମ , କ୍ରୀଡାବିତ ପ୍ରଣବ ନାୟକ , ଯୁଗଳ କିଶୋର ମିଶ୍ର ସମ୍ମାନିତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ବୀରମହାରାଜପୁର ଉପ-କାରାଗାରର ଅଧ୍ୟକ୍ଷ କାଳିନ୍ଦୀ ଚରଣ ନାଏକ ମୁଖ୍ୟ ବକ୍ତା ଭାବେ, ପୂର୍ବତନ ଜେଲ ଅଧ୍ୟକ୍ଷା ଅଞ୍ଜଳୀ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ପାଞ୍ଚଟି ବିଭାଗରେ ହେଇଥିବା ବିଭିନ୍ନ ପାରମ୍ପରିକ ଖେଳକୁଦ ସହିତ ଏଥର ସ୍କୁଲର ବାର୍ଷିକ କ୍ରୀଡାରେ ସନ୍ତରଣ ଓ ତୀରନ୍ଦାଜ ସାମିଲ ହୋଇଥିଲା । ପାଞ୍ଚଟି ବର୍ଗରେ ହେଇଥିବା ବିଭିନ୍ନ କ୍ରିଡା ପ୍ରତିଯୋଗିତାରେ ଶିଶୁ ବିଭାଗରେ ମାଧବ ମହାନନ୍ଦ ଓ ସୁମିତା କଲତା ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ବାଲ୍ ବିଭାଗରେ ଓମପ୍ରକାଶ ସାହୁ ଓ କୁମକୁମ ମହାକୁର ଶ୍ରେଷ୍ଠ ହୋଇଥିଲେ । ସେହିପରି ଉପ-କନିଷ୍ଠ ବିଭାଗରେ ବଦଳ ଶଙ୍ଖୁଆ ଓ ହଂସିନୀ କହଁର , କନିଷ୍ଠ ବିଭାଗରେ ସାହିଲ ଦେଓ ଓ ଚୁମକି ସୁନା ଏବଂ ବରିଷ୍ଠ ବିଭାଗରେ ଅଜୁ ରଣା ଓ ଶିଖା କହଁର ଶ୍ରେଷ୍ଠ ବିବେଚିତ ହୋଇଥିଲେ । ଜାତୀୟ ସ୍ତରରେ ତାଇକୋଣ୍ଡୋ ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଓମପ୍ରକାଶ ସେଠ ଓ ଶକ୍ତି ଅମାତ ତଥା ରାଜ୍ୟ ସ୍ତରୀୟ ତୀରନ୍ଦାଜରେ ଯୋଗଦାନ କରିବାକୁ ଥିବା ଅମ୍ମି ଅମୃତେଶ୍ଵରୀ ଖମାରୀ ଙ୍କୁ ସ୍ଵତନ୍ତ୍ର ଭାବରେ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନ ର ପ୍ରତିଷ୍ଠାତା ପଙ୍କଜ ଖମାରି ଙ୍କ ସଂଯୋଜନାରେ ଉଦଯାପିତ ସଭାରେ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଖମାରି , ଶିକ୍ଷକ ଚିତ୍ରସେନ ପ୍ରଧାନ , ରାଧେଶ୍ୟାମ ମେହେର , ମୀନକେତନ ମେହେର , ରଣମୋହନ ଭୋଇ , ଜିତେନ୍ଦ୍ର ଭୋଇ , ସଂଜୀବ ଜଗଦଲା , ପ୍ରଭଞ୍ଜନ ଜଟ୍ଟୀ , ଲିପୁନ ସା , ଦିବ୍ୟଲୋଚନ ମହାକୁର , ଶ୍ରୀକାନ୍ତ ତ୍ରିପାଠୀ, ସଞ୍ଜୟ କୁମାର ସାହୁ, ଲକ୍ଷ୍ମଣ ମହାନ୍ତି, ଗୋଲାପ ନାଏକ, ଯଶସ୍ଵିନୀ ସାହୁ , ଇପ୍ସିତା ବିଶ୍ଵାଳ, ଲୀନା ସାହୁ , ପ୍ରଭାତୀ ତ୍ରିପାଠୀ, ରିମା ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉକ୍ତ ସମାରୋହରେ ସହଯୋଗ କରିଥିଲେ ।
ଗାୟତ୍ରୀ ଆବାସିକ ଶିକ୍ଷାନୁଷ୍ଠାନ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
