ବୀରମହାରାଜପୁର : (ସୌମିତ୍ରି ମେହେର) ଉଚ୍ଚଶିକ୍ଷା ବିଭାଗର ସହନିର୍ଦେଶକ ତଥା ନୂଆ ଓଡିଶା – ଯୁବ ଓଡିଶା – ନବୀନ ଓଡିଶାର ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଡ଼. ଅଶୋକ ନାଏକ କଲେଜର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାପାଇଁ ବୀରମହାରାଜପୁର କଲେଜରେ ପହଂଚିଥିଲେ I ସେ ବୌଦ ପଂଚାୟତ କଲେଜର ଡ଼. ପ୍ରବୀର କୁମାର ଦାଶଙ୍କ ସହିତ ପହଂଚିବାପରେ ତାଙ୍କୁ ଅଧ୍ୟକ୍ଷ ସୁଦାମ ଚରଣ ସାହୁ , ଯୁକ୍ତ ତିନି ନୋଡାଲ ଅଫିସର ଗୀତାଞ୍ଜଳୀ ପୂଝାରୀ , ଯୁକ୍ତଦୁଈ ନୋଡାଲ ଅଫିସର ଡ଼. ହିମାଂଶୁ ଶେଖର ପାଢ଼ୀଙ୍କ ସମେତ ବିଜୟ କୁମାର ପଧାନ, ଡ଼. ଶିଶିର ବଣିଆ , ନରେନ୍ଦ୍ର ଝା , ଡ଼. ବନ୍ଦିତା ବିଶ୍ୱାଳ , ଯାମିନୀ ଦାଶ , ସୁନୀଲ କୁମାର ତ୍ରିପାଠୀ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ପୁଷ୍ପ ଗୁଚ୍ଛ ଓ ଔପଢୌକନ ପ୍ରଦାନ କରି ସ୍ୱାଗତ କରିଥିଲେ I ଏହାପରେ ସେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ନୁଆ ଓଡିଶା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଏହାର ପ୍ରଶଂସା କରିଥିଲେ I ଏହାପରେ ସେ ପରିଚାଳନା ସମିତିର ସଭାପତି ସ୍ୱୟମ୍ଭୁନାଥ ଖଣ୍ଡଗିରିଙ୍କ ସହିତ କଲେଜର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ I ଶେଷରେ ସେ ଖେଳ ପଡିଆକୁ ଯାଇ କ୍ରୀଡା ପ୍ରତିଯୋଗିତା ଦେଖିବା ସହିତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ଉତ୍ସାହିତ କରିଥିଲେ I
ବୀରମହାରାଜପୁର କଲେଜର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଉଚ୍ଚ ଶିକ୍ଷା ବିଭାଗର ସହ ନିର୍ଦ୍ଦେଶକ
