ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଳକ ଝାରବାହାଳି ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଗୁରୁବାର ୬ଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଅଧ୍ୟକ୍ଷ ସୁନୀଳ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା , ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ଉଲୁଣ୍ଡା ବିଇଓ ଗୋଲଖ ବିହାରୀ ପଣ୍ଡା , ରେଙ୍ଗାଲି ଓଏଭି ଅଧ୍ୟକ୍ଷ ରମଣୀକାନ୍ତ ସାହୁ ଯୋଗ ଦେଇଥିଲେ I ମୁଖ୍ୟ ବକ୍ତା ଭାବେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସୁପ୍ରୀୟା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରତୀକ୍ଷା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ପ୍ରତିଯୋଗିତା ରେ ୧୬୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ପାଠପଢା ସହିତ ସମସ୍ତ କାର୍ଯ୍ୟ ରେ ବ୍ରତୀ ହୋଇ ସଫଳ ହେବା ପାଇଁ ଦିଗଦର୍ଶନ ଦେଇଥିଲେ । ପୁରସ୍କାର ବିତରଣ ଉତ୍ସବ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଗୀତ, ନାଚ, ଆଦି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ , ଅଭିଭାବକ , ଅଭିଭାବିକା , କର୍ମଚାରୀ ଆଦି ଉପସ୍ଥିତ ଥିଲେ।
ଝାରବାହାଲି ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
