Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକଙ୍କୁ ଆଶ୍ବସ୍ତି; ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ଲୋକଙ୍କୁ ଆଶ୍ବସ୍ତି। ଆର୍‌ବିଆଇ ଏଥର ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଛି। ଲଗାତାର ୬ ଥର ବୃଦ୍ଧି ପରେ ଏଥର ରେପୋ ରେଟରେ ‌କୌଣସି ପରିବର୍ତ୍ତନ ହୋଇନି। ଏ ନେଇ ସୂଚନା ଦେଇଛନ୍ତି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସୁଧହାର ନ ବଢ଼ାଇବା ଲାଗି ଘୋଷଣା କରିଛି ଆରବିଆଇ। ଆର୍‌ବିଆଇ ମନିଟାରୀ ପଲିସି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ୩ ଦିନ ଧରି ଚାଲିଥିଲା ଏହି ବୈଠକ।

ତେବେ ବିଶ୍ୱରେ ଏବେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ଜାରି ରହିଛି। ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁଧହାର ବୃଦ୍ଧି ନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆରବିଆଇର ମୁଦ୍ରା ନୀତି କମିଟି ବହୁମତ ନେଇ ଏହି ନିଷ୍ପତ୍ତି ନେଇଛି। ୨୦୨୪ ଆର୍ଥିକ ବର୍ଷ ପାଇଁ ଆରବିଆଇ ଆର୍ଥିକ ଅଭିବୃଦ୍ଧି ହାରକୁ ୬.୪ ପ୍ରତିଶତରୁ ୬.୫ ପ୍ରତିଶତକୁ ବୃଦ୍ଧି କରିଛି।

ଏହା ପୂର୍ବରୁ ରେପୋରେଟ୍ ବୃଦ୍ଧି ନେଇ ଆଶଙ୍କା କରାଯାଉଥଲା। ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ମନିଟାରି ପଲିସି ବୈଠକରେ ରେପୋରେଟ୍ ସ୍ଥିର ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଥାଉକି ୨୦୨୨ରେ ଲଗାତର ୬ ଥର ରେପୋରେଟ୍ ବଢ଼ାଯାଇଥିଲା। ଫଳରେ ଋଣ ନେବା ମହଙ୍ଗା ହୋଇଯାଇଥିଲା। ଋଣ ପୈଠକର୍ତ୍ତାମାନଙ୍କୁ ଅଧିକ ସୁଧ ଦେବାକୁ ପଡ଼ୁଥିଲା। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ