ବୀରମହାରାଜପୁର ରେ ଉପଖଣ୍ଡ ସ୍ତରୀୟ କୃଷି ଜନ୍ତ୍ରପାତି ମେଳା ଉଦଯାପିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ ତିନି ଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଗୁରୁବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ କୃଷି ଅଧକାରୀ ଡ.ବିଭୂତି ଭୂଷଣ ମିଶ୍ର ଅଧ୍ୟକ୍ଷତା କରିଥିଲେ । ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ଚାଷ କୁ ଆଧୁନିକ ପ୍ରଣାଳୀ ରେ କରିବା ପାଇଁ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ସରକାର ବିଭିନ୍ନ କୃଷି ଓ ଆନୁଷଙ୍ଗିକ ଯନ୍ତ୍ରପାତି କିଣିବା ପାଇଁ ସବସିଡି ର ବ୍ୟବସ୍ଥା କରି ଥିବା ବେଳେ ଚାଷୀ ଏହାର ଲାଭ ଉଠାଇବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷି ଜିଲ୍ଲା ଅଧିକାରୀ ଦିଲରଞ୍ଜନ ମହାଲିକ , ଉଲୁଣ୍ଡା ବ୍ଲକ କୃଷକ ଉପଦେଷ୍ଟା କମିଟି ର ଅଧ୍ୟକ୍ଷ ରାମଜୀ ବିଶ୍ଵାଳ , ବୀରମହାରାଜପୁର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଦ୍ୟାଧର ଦାସ , ଏଆରସିଏସ ପାଣୁ ଚରଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ସମନ୍ଧୀୟ ବାର୍ତ୍ତା ପ୍ରଦାନ କରିଥିଲେ । ତରଭା ବିଏଓ ସୁଶ୍ରୀ ସ୍ମିତା ପଣ୍ଡା ଅତିଥି ପରିଚୟ ସହିତ କୃଷି ଯନ୍ତ୍ରପାତି ମେଳା ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ମତବ୍ୟକ୍ତ କରିଥିଲେ । ଏଟିଏମ ମୀନକେତନ ମହକୁର ସଭା ପରିଚାଳନା କରିଥିବା ବେଳେ ଭି ଏ ଡବ୍ଲୁ କଲ୍ୟାଣୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରାୟ ୪୦ ଟି କୃଷି ଯନ୍ତ୍ରପାତି ଷ୍ଟଲ ରେ ବିଭିନ୍ନ ଯନ୍ତ୍ରପାତି ପ୍ରଦର୍ଶନୀ ହୋଇଥିଲା । ସେମାନଙ୍କୁ ଏହି ଅବସର ରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।