Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ଼ ଶମ୍ଭୁ ପାଣିଗ୍ରାହୀ ଓଡିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ନିଯୁକ୍ତ |

ଗୋପାଳପୁର,୨୨/୧୨ ଗଂଜାମ ଜିଲ୍ଲାର ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ଆଇନଜୀବୀ ତଥା ପିସିସି ସଭ୍ୟ ଡ଼ ଶମ୍ଭୁ ପାଣିଗ୍ରାହୀଙ୍କୁ କେନ୍ଦ୍ରୀୟ କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ରୂପେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତି ଦିଆଯାଇଛି |ଏହା ନେଇ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ପକ୍ଷରୁ ପ୍ରକାଶିତ ବିଞପ୍ତି ଅନୁଯାୟୀ ଡ଼ ଶମ୍ଭୁ ପାଣିଗ୍ରାହୀ ଙ୍କ ସମେତ ଅନ୍ୟ ୧୪ ଜଣଙ୍କୁ ସଭ୍ୟ ଭାବେ ମନୋନୀତ କରାଯାଇଛି।ଏଥିପାଇଁ ଡ଼ ପାଣିଗ୍ରାହୀ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି |ଏତଦ ବ୍ୟତୀତ କମିଟିର ଅଧ୍ୟକ୍ଷ ରୂପେ ପୂର୍ବତନ ବିଧାୟକ ବିଶିଷ୍ଠ ସମବାୟବିତ୍ ଯଜ୍ଞସ୍ୱର ବାବୁ ଓ ଅନ୍ୟ ୧୩ଜଣ ଏହି କମିଟିରେ ସଭ୍ୟ ରହିଛନ୍ତି |କଂଗ୍ରେସ ନେତା ଡ଼ ପାଣିଗ୍ରାହୀ ଙ୍କୁ ଏହି ଦାୟିତ୍ବ ମିଳିବା ପରେ ଗଞ୍ଜାମ ଜିଲ୍ଲା ସମେତ ଗୋପାଳପୁର ନିର୍ବାଚନମଣ୍ଡଳୀ ରେ କଂଗ୍ରେସ ସଂଗଠନ ସୁଦୃଢ ହେବା ସଙ୍ଗେ ସଙ୍ଗେ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଡ଼ ପାଣିଗ୍ରାହୀ ମତପୋଷଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ