Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ନୂଆ – ଓ ର ସାଂସ୍କୃତିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ ।

ଗୋପାଳପୁର ୨୨/୧୨ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଯାୟୀ କଳା, ସାହିତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଦ୍ବାରା ଏହାର ଉଦଘାଟନ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କୁଳସଚିବ ସଚ୍ଚିଦାନନ୍ଦ ନାୟକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସାଂସ୍କୃତିକ ସଂଯୋଜିକା ଡ଼ଃ ସରିତା ଦାଶ ପରିଚାଳନା କରିଥିଲେ। ଅlନ୍ତଃ ବିଭଗୀୟ ପ୍ରତିଯୋଗିତାର ପ୍ରଥମ ଦିନ ସଂଗୀତ ପ୍ରତିଯୋଗିତାରେ ୭୩ ଜଣ ପ୍ରତିଯୋଗୀ ଭାଗନେଇଥିବା ବେଳେ ବିଚାରକ ଭାବେ ଗୁରୁ ଗଣେଶ ପଟ୍ଟନାୟକ, ଗୁରୁ ଅଶ୍ୱିନୀ ମହାପାତ୍ର ଓ ଡ଼ଃ ସରୋଜ କୁମାର ଦାଶ ଯୋଗ ଦେଇଥିଲେ। ପଦ୍ୟ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଡ଼ଃ ସତ୍ୟ ନାରାୟଣ ସାହୁ, ଡ଼ଃ ଚିନୁ ବୋହିଦାର, ଡ଼ଃ ମେଣ୍ଡେମ ବାପୁଜି, ଡ଼ଃ ସିଦ୍ଧାର୍ଥ ଶଙ୍କର ପଣ୍ଡା, ଡ଼ଃ ଦେବୀ ପ୍ରସାଦ ଶତପଥୀ,ଡ଼ଃ ନେହା ପାଣ୍ଡେ,ଡ଼ଃ ବବିତା ସାରଙ୍ଗଥେମ୍ ପ୍ରମୁଖ ଉପସ୍ଥିତ ଥିବା ବେଳେ ଚିତ୍ରାଙ୍କନ, ରଙ୍ଗୋଲି ଓ ମେହେନ୍ଦି ପ୍ରତିଯୋଗିତରେ ପ୍ରାୟ ଦେଢ଼ ଶହ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ବିଚାରକ ଭାବେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା,ଡ଼ଃ ବନ୍ଦିତା ପଣ୍ଡା, ଡ଼ଃ ରିତୁ ତିୱାରୀ,ଡ଼ଃ ଶଶି ଶେଖର ବେହେରା,ଡ଼ଃ ରବି ନାରାୟଣ ସ୍ବାଇଁ,ଡ଼ଃ ରଶ୍ମିତା ପାଣିଗ୍ରାହୀ,ଡ଼ଃ କଳ୍ପନା ବେହେରା,ଡ଼ଃ ଅନୁଭା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଡ଼ଃ ମିହିର କୁମାର ତ୍ରିପାଠୀ,ରାଜେଶ୍ ପାତ୍ର, ଈଶ୍ୱର ରାଓ ପ୍ରମୁଖ ସହୋଜୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ