Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲାଇ ହାଇସ୍କୁଲ ରେ ଜାତୀୟ ଗଣିତ ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଳାଇ ରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି l ଏ ଅବସରରେ ନବନିଯୁକ୍ତ ଗଣିତ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାଶିନୀ ମିଶ୍ର ସଭାପତିତ୍ୱ କରିଥିବାବେଳେ ଅତିଥି ଭାବରେ ମୋ ସ୍କୁଲ ଅଭିଯାନ ର ସଭାପତି ନଳିନୀକାନ୍ତ ବାଘ ଯୋଗ ଦେଇ ଗଣିତ ଦିବସ ର ମହତ୍ୱ ସମ୍ପର୍କରେ ମତ ରଖିଥିଲେ । ଶିକ୍ଷକ ଅନିରୁଦ୍ଧ ପାଢୀ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ସୁଧିର କୁମାର ହୋତା ଦୈନନ୍ଦିନ ଜୀବନ ରେ ଗଣିତର ଆଵଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ ।ଛାତ୍ର ଛାତ୍ରୀ ପୁଷ୍ପ ଗୁଚ୍ଛ ଦେଇ ନବନିଯୁକ୍ତ ଗଣିତ ଶିକ୍ଷକ ହୃଷୀକେଶ ପଧାନ କୁ ସ୍ୱାଗତ କରିଥିଲେ। ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ