ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ ଉଦଘାଟିତ ; ଏସ୍ ଡି ସି ଏ ସୋନପୁର, କ୍ୱାଟର ଫାଇନାଲ ଘୋଷିତ


ବୀରମହାରାଜପୁର : ( ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ପଡିଆ ରେ ଜେଜେଏସସି ଆନୁକୁଲ୍ୟରେ ୨୭ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା , ସରପଞ୍ଚ ସୂର୍ଯ୍ୟ ନନ୍ଦ , ମହେନ୍ଦ୍ର ଜଗଦଲା , ସସ୍ମିତା ଦୀପ , ନିରୁପମା ସେଠୀ , କେଶନ୍ ଜଗଦଲା , ସମିତିସଭ୍ୟ ଶୈଳ ରଞ୍ଜନ ବାଦୀ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ , କ୍ରୀଡ଼ାବିତ୍ କିଶୋର ହୋତା , ସତ୍ୟଞ୍ଜିବ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଉଦଘାଟନୀ ମ୍ୟାଚ୍ ଟି ଏସଡିସିଏ ସୋନପୁର ଓ ଲୁତୁରପଙ୍କ ମଧ୍ୟରେ ହୋଇଥିଲା । ଏଥିରେ ସୋନପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭର ରେ ୫ଟି ଉଇକେଟ ହରାଇ ୧୬୯ ରନ କରିଥିଲା । ଦଳର କେ.ଜି .ଗୋପାଳକୃଷ୍ଣ ୨୩ ବଲରୁ ୬୯ ରନ ଓ ପୁରୁଷୋତ୍ତମ ପାତ୍ର ୫୪ ରନ କରିଥିଲେ । ବିପକ୍ଷ ଦଳର ଯଦୁଲାଲ ନନ୍ଦ ୨ଟି ଉଇକେଟ ନେଇଥିଲେ। ଜବାବରେ ଲୁତୁରପଙ୍କ ଦଳ ନିର୍ଦ୍ଧାରିତ ୧୬ ଓଭର ରେ ୯ ଉଇକେଟ ହରାଇ ୭୦ ରନ କରି ପରାସ୍ତ ହୋଇଥିଲା । ଦଳର ମ୍ୟକମିଲନ ମହାକୁର ୧୬ ରନ କରିଥିବା ବେଳେ ସୋନପୁର ର କେଜି ଗୋପାଳକୃଷ୍ଣ ୪ଟି , ସୁମନ ମହାରଣା ଓ ସୁରେଶ ବେହେରା ୨ଟି ଲେଖାଏଁ ଉଇକେଟ ନେଇଥିଲେ । ପୀତାମ୍ବର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବୀତରଣୀ ଉତ୍ସବ ରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ସରପଞ୍ଚ ସୁର୍ଯ୍ୟ ନନ୍ଦ ଓ ବିଶିଷ୍ଟ ବ୍ୟବସାୟୀ କୁଶ କୁମାର ସହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୋନପୁର ର କେଜି ଗୋପାଳକୃଷ୍ଣ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ମ୍ୟାଚଟିକୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟର ସମୀର ପାଣିଗ୍ରାହୀ ଓ ପୃଥ୍ଵୀରାଜ ମିଶ୍ର ପରିଚାଳନା କରିଥିବା ବେଳେ ବାଙ୍କା ବିହାରୀ ମହାକୁର ସ୍କୋରର ଏବଂ ମାନସ ନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ। ଶନିବାର ଦିନ ସୋନପୁର ଓ ଏନଏନଏସ ପ୍ରୟାଗରାଜ (ଉତ୍ତରପ୍ରଦେଶ) ମଧ୍ୟରେ ହେବ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ।