ମମତା ବାନାର୍ଜୀଙ୍କ ଯଦି ସାହାସ ଅଛି ପିଏମ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢି ଦେଖାନ୍ତୁ: ବିଜେପି ନେତାଙ୍କ ଚ୍ୟାଲେଞ୍ଜ


ନୂଆଦିଲ୍ଲୀ: ବିଜେପି ନେତା ଅଗ୍ନିମିତ୍ରା ପଲ୍ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରେରାଧରେ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ୨୦୨୪ ଲୋକସଭା ନିର୍ବାଚନରେ ମମତା ବାରାଣସୀ ଲୋକସଭା ସିଟରୁ ନିର୍ବାଚନ ଲଢିକି ଦେଖାନ୍ତୁ । କାହିଁକି ମମତା ବାରାଣସୀରୁ ନିର୍ବାଚନ ଲଢୁ ନାହାନ୍ତି ? ଯଦି ମମତା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଜାଗାରେ ନିର୍ବାଚନ ଲଢିବାକୁ ସାହାସ କରି ପାରୁଛନ୍ତି ତେବେ ମୋଦୀ ବିରୋଧରେ ନିର୍ବାଚନ ଲଢିବାକୁ ସାହାସ କରି ଦେଖାନ୍ତୁ । ଯଦି ଆପଣ ପ୍ରଧାନମନ୍ତ୍ରୀ ହେବାକୁ ଚାହାନ୍ତି ତେବେ ଉଚିତ୍ ହେବ ପିଏମ ମୋଦୀ୍‌କ ଲୋକସଭା ଆସନରେ ନିର୍ବାଚନ ଲଢନ୍ତୁ ।

ସେ ଏହା ମଧ୍ୟ କହିଛନ୍ତି ଯେ, ଇଣ୍ଡିଆ ମେଂଟ ହେଉଛି ଲୋକ ଦେଖାଣିଆ ମେଂଟ । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସ୍ଥାନୀୟ ନିର୍ବାଚନରେ ପାର୍ଟି କାର୍ଯ୍ୟକର୍ତାଙ୍କ ହତ୍ୟା ପ୍ରସଙ୍ଗରେ ଟିଏମସି ବିରୋଧରେ ସ୍ୱର ଉଠାନ୍ତି । ମାତ୍ର ଏବେ ମମତା ବାନର୍ଜୀ ନୂଆଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କ ସହ ବୈଠକରେ ଏକାଠି ବସୁଛନ୍ତି । ଏଠାରେ କେବଳ ଭଲ ବନ୍ଧୁ ହେବାର ଡ୍ରାମା ଚାଲିଛି । ଟିଏମସି ସହ ହାତ ମିଳାଇ କଂଗ୍ରେସ ନିର୍ବାଚନ ଲଢିବାକୁ ପ୍ରସ୍ତୁତି ଚଳାଇଛି ।

ମମତା ବାନାର୍ଜୀଙ୍କ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ମେଂଟ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ ପ୍ରସ୍ତାବ ଦିଆଯିବା ପରେ ବିଜେପି ନେତାଙ୍କ ଏହି ଟିପ୍ପଣୀ ସାମ୍ନାକୁ ଆସିଛି । ହେଲେ ଖଡଗେ ଏହି ପ୍ରସ୍ତାବକୁ ଖଣ୍ଡନ କରି କହିଛନ୍ତି ଯେ, ନିର୍ବାଚନ ଜିତିବା ପରେ ହିଁ ଏହି ବିଷୟରେ ଆଲୋଚନା କରାଯିବ ।