ବୀରମହାରାଜପୁର ଆଦର୍ଶ ଥାନାରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନା ପରିସରରେ ଜିଲ୍ଲା ସ୍ତରୀୟ ଦ୍ବିତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟା ରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେସ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୀରାମହରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ , ତହସିଲଦାର ଅମୃତଲାଲ୍ ବେହେରା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବୀରମହାରାଜପୁରର ଆଦର୍ଶ ଥାନା ତରଫରୁ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ପୋଲିସର ବିଭିନ୍ନ ସ୍ଥାନରୁ ୧୬ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଉଦଘାଟନୀ ସଭାକୁ ଅଭିମନ୍ୟୁ ବଗର୍ତ୍ତି ସଂଯୋଜନା କରିଥିବା ବେଳେ ଶେଷରେ ଥାନା ଅଧିକାରୀ ରାଜେଶ୍ବରି ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଖେଳକୁ କିଶୋର ମୋହନ ଡାଙ୍ଗ , ଗିରିଧାରୀ ହୋତା , ଗୋପିନାଥ କର୍ଣ୍ଣ ପ୍ରମୁଖ ପରିଚାଳନା କରୁଛନ୍ତି।