Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଠାରେ ବିକଶିତ ଭାରତ ସଂକଳ୍ପ ରଥ କୁ ସ୍ୱାଗତ ଓ ସଚେତନତା କାର୍ଯ୍ୟକ୍ରମ।

କୋକସରା ୨୩/୧୨ ଶନିବାର କୋକସରା ବ୍ଲକ କୋକସରା ସଦର ପଞ୍ଚାୟତ ଠାରେ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ରଥ କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ଓଏଲଏମ ବ୍ଲକ ସଂଯୋଜକ ସୁରେଶ ରାଉତ, ପୋଷ୍ଟାଲ କର୍ମଚାରୀ ଏମ. ଗଇନ୍ତା, ତପନ ପଟ୍ଟନାୟକ, ଅନ୍ତରାମ ପାତ୍ର ଓ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ସଚେତନ କରାଯାଇଛି।ମଞ୍ଚ ପରିଚାଳନା ତ୍ରିଲୋଚନ ବାଗ କରିଥିବା ବେଳେ ପିଇଓ ଭବିଷ୍ୟତ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ