ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ଜେଜେଏସସି ଆନୁକୁଲ୍ୟରେ ହେଉଥିବା ୨୭ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ଶନିବାର ଥିଲା ଦ୍ଵିତୀୟ ଦିବସ । ଶନିବାର ମ୍ୟାଚ୍ ଟି ଏସଡିସିଏ ସୋନପୁର ଓ ଏନଏନଏସ କ୍ରିକେଟ ଏକାଡେମି ଏହ୍ଲାବାଦ ମଧ୍ୟରେ ହୋଇଥିଲା। ଏହ୍ଲାବାଦ ଦଳ ପ୍ରଥମ ଫର୍ମାଟ ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭର ରେ ୬ ଟି ଉଇକେଟ ହରାଇ ୧୩୭ ରନ କରିଥିଲା । ଦଳର ନିଶାନ୍ତ ସିଂ ୬୯, ସୌରଭ ଶୁକ୍ଳା ୨୬ ରନ କରିଥିଲେ। ସୋନପୁର ର ସୁମନ ମହାରଣା ୩ଟି ଓ ୱାଲଟିଅର ଟପ୍ପୋ ୨ଟି ଉଇକେଟ ନେଇଥିଲେ । ଜବାବରେ ସୋନପୁର ଦଳ ୧୩.୫ ଓଭର ରେ ୪ ଉଇକେଟ ହରାଇ ୧୩୮ ରନ କରି ଥିଲା । ଦଳର ବିକାଶ ଚୌଧୁରୀ ୩୯ ବଲରୁ ୮୩ ରନ ଓ ୱାଲଟିଅର ଟପ୍ପୋ ୨୩ ରନ କରିଥିଲେ। ବିପକ୍ଷ କ୍ରିଷ୍ଣା ସରୋଜ , ଏମଡି ଉମର , ପ୍ରକାଶ ସିଂ ଓ ଦୀପଙ୍କର ସିଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ ଏହ୍ଲାବାଦ ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୧୧୦ ରନ କରିଥିଲା । ଦଳର ନିଶାନ୍ତ ସିଂ ୨୧ ବଲରୁ ୬୧ରନ ଓ ଆଶିଷ ରତ୍ନମ ୨୧ ରନ କରିଥିଲେ । ବିପକ୍ଷ ସୋନପୁର ର ୱାଲଟିଅର ଟପ୍ପୋ ୨ଟି ଉଇକେଟ ନେଇଥିଲେ। ଜବାବରେ ସୋନପୁର ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୬୮ ରନ କରିଥିଲା । ଦଳର ପୁରୁଷୋତ୍ତମ ପାତ୍ର ୨୦ ଓ ଶଙ୍କର ସେଠୀ ୧୪ ରନ କରିଥିଲେ । ଏହ୍ଲାବାଦ ର ବିକାଶ ଚୌହାନ ୩ଟି ଓ ଦୀପଙ୍କର ସିଂ ୨ ଟି ଉଇକେଟ ନେଇଥିଲେ । ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ସୁପର -୨ ଓଭର ଖେଳା ଯାଇଥିଲା। ଏଥିରେ ଏହ୍ଲାବାଦ ଦଳ ୧୬ ରନ କରିଥିବା ବେଳେ ସୋନପୁର ଦଳ ୧୧ ରନ କରି ପରାସ୍ତ ହୋଇଥିଲା । ଫଳରେ ଏହ୍ଲାବାଦ ଦଳ ପ୍ରଥମ ଦଳ ଭାବେ ସେମି ଫାଇନାଲ ରେ ପ୍ରବେଶ କରିଛି । ପୀତାମ୍ବର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ କ୍ରୀଡାବିତ ରମଣ ପ୍ରଧାନ , ପ୍ରୟାସ ସଙ୍ଗଠନ ର ସଭାପତି ରାଧେଶ୍ୟାମ ମିଶ୍ର , ଶିକ୍ଷକ କାଲାଚାନ୍ଦ ପ୍ରଧାନ ଓ ଶ୍ରୀନିବାସ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ନିଶାନ୍ତ ସିଂ କୁ ମେନ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ I ପିତାମ୍ବର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ I ଆସନ୍ତା କାଲି 24 ତାରିଖରେ (ଫରେଷ୍ଟ କ୍ରିକେଟ ) ଛତିଶଗଡ଼ ଓ ଭୁବନେଶ୍ଵର ମଧ୍ୟରେ ଖେଳ ଅନୁଷ୍ଠିତ ହେବାକୁ ଥିବା କମିଟି ସଭାପତି ସୁଶିଲ ପଧାନ ଙ୍କ ଠାରୁ ପ୍ରକାଶ I
ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ୍ ର ସେମିଫାଇନାଲରେ ଏନ୍ ଏନ୍ ଏସ୍ ପ୍ରୟାଗରାଜ ( ୟୁ .ପି)
