Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଇ ଆର ଏଣ୍ଡ ପି ଏମ ବିଭାଗର ପୁରାତନ ଛାତ୍ର ସମ୍ମିଳନୀ

ଗୋପାଳପୁର ୨୪/୧୨ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଆଜି ଆଇ ଆର ଏଣ୍ଡ ପି ଏମ ବିଭାଗ ପକ୍ଷରୁ ପୁରାତନ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ୧୯୯୨ ମସିହା ଠାରୁ ପୁରାତନ ଛାତ୍ର ସଂଘ ଗଠନ ହୋଇଥିଲା l ଏଥିରେ ୨ ଶହରୁ ଅଧିକ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଏହି ଆଲୁମିନ ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଏହି ବୈଠକରେ ସଂଘର ସଭାପତି ପ୍ରଫେସର ଭବାନୀ ପ୍ରସାଦ ରଥ, ସମ୍ପାଦକ ଡ଼. ସତ୍ୟବ୍ରତ ପାତ୍ର, ପୁରାତନ ଛାତ୍ର ବିମଳ ଶର୍ମା, ପୁରାତନ ଛାତ୍ରୀ ଶାନ୍ତିଲତା ସାହୁ ମଂଚାସୀନ ରହି ନୂତନ କର୍ମକର୍ତ୍ତା ଚୟନ କରିଥିଲେ l ନୂତନ ସଭାପତି ଭାବେ ପ୍ରଫେସର ଭବାନୀ ପ୍ରସାଦ ରଥ, ଉପ ସଭାପତି ଶାନ୍ତିଲତା ସାହୁ, ସମ୍ପାଦକ ଡ଼.ସତ୍ୟବ୍ରତ ପାତ୍ର,ସହ ସମ୍ପାଦକ ଡ଼. ରତିକାନ୍ତ ଦାଶ, କୋଷାଧ୍ୟକ୍ଷ ଡ଼. ପିତାମ୍ବର ବିଷୋୟୀ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ପ୍ରଫେସର ଡ଼ି. ଭି ଗିରୀ, ପ୍ରଫେସର ସୁବାଷ ଚନ୍ଦ୍ର ପରିଡ଼ା, ପ୍ରସନ୍ନ କୁମାର ସାହୁ, ଯୋଗେନ୍ଦ୍ର ନାୟକ, ସାମାକାନ୍ତ ପାଢ଼ୀ, ଭାସ୍କର ପଣ୍ଡା, ଡ଼. ଅନୁଭା ଚୌଧୁରୀ, ବିମଳ ଶର୍ମା, ଅଶୋକ କୁମାର ସାହୁ, ଜେ. କାମେଶ୍ୱର ରାଓଙ୍କୁ ସର୍ବସମନ୍ତି କ୍ରମେ ଚୟନ କରାଯାଇଛି l ବିଭାଗ ପକ୍ଷରୁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ମେମୋଣ୍ଟ ଦେଇ ସମ୍ମାନିତ କରାଯାଇଥିଲା l ଶେଷରେ ସମ୍ପାଦକ ଡ଼. ସତ୍ୟବ୍ରତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ