Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗ ରୁଟରେ ମୋଟରସାଇକେଲ ଚାଳନା କରିବା ମହଙ୍ଗା ସାବ୍ୟସ୍ତ ହେଲା।୨ ଜଣଙ୍କ ଜୀବନ ଗଲା

ଗୋପାଳପୁର,୨୪/୧୨ ଡେଥ ଜୋନ ଭାବେ ପରିଚିତ ଜାତୀୟ ରାଜପଥ ନଂ ୧୬ ର କନିଷି ରାସ୍ତା ରେ ପୁଣି ଦୁଇଜଣଙ୍କ ଜୀବନ ଯାଇଛି।ମୃତକ ଦୁଇଜଣ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଗାଁ ର କାହ୍ନୁଚରଣ ରାଉଳ(୪୦) ଓ ମନୋଜ ରାଉଳ(୩୦)
ବୋଲି ଜଣାପଡିଛି। ଅନ୍ୟ ପଟେ ଏହି ଦୁଇସାଙ୍ଗ ରଙ୍ଗ ରୁଟରେ ଡାହାଣ ପଟେ ମଟରସାଇକେଲ ଚାଳନା କରି ଘରକୁ ଫେରୁଥିବାବେଳେ ବେଳେ ସେ ଇଚ୍ଛାପୁର ପଟୁ ଆସୁଥିବା ଏକ ଟ୍ରକ ଏମାନଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଗୋଳନ୍ଥରା ଦୁଇ ବନ୍ଧୁ ଶନିବାର କାଲି ରାତ୍ର ୧୧ଟା ବେଳେ କାହ୍ନୁଙ୍କ ପରିବାରର ସଦସ୍ୟ ଅସୁସ୍ଥ ଥିବାରୁ ବ୍ରହ୍ମପୁର ଡ଼ାକ୍ତରଖାନାରୁ ନିଜ ମୋଟରସାଇକେଲ (ଓଡ଼ି ୦୭ଏ ଏଲ୍ ୧୨୨୫)ରେ କନିଷି ଫେରିଥିଲେ। ସେଠାରେ ଏକ ଢ଼ାବାରେ ଖାଇ ଗୋଳନ୍ଥରା ଯାଉଥିବା ବେଳେ କନିସି ହାଟ ନିକଟ ପେଟ୍ରୋଲ ପମ୍ପ ନିକଟରେ ଅପର ପକ୍ଷରୁ ଇଚ୍ଛାପୁର ପଟୁ ଆସୁଥିବା ଏକ ଅଜଣା ଗାଡ଼ି ଆସି ଧକ୍କା ଦେଇ ଘଟଣା ସ୍ଥଳରୁ ବ୍ରହ୍ମପୁର ପଟେ ଚାଲି ଯାଇଥିଲା। ଘଟଣା ସ୍ଥଳରେ ମନୋଜ ରାଉଳଙ୍କ ମୁତ୍ୟୁ ଘଟିଥିବା ବେଳେ କାହ୍ନୁ ଚରଣ ରାଉଳଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଡ଼ାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା ପରେ ଡ଼ାକ୍ତର ସେଠାରେ କାହ୍ନୁଚରଣ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏ ନେଇ କୃଷ୍ଣଚନ୍ଦ୍ର ରାଉଳ ଙ୍କ ପରିବାର ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଏତଲା ଦେଲା ପରେ ପୋଲିସ ଥାନା କେଶ ନଂ ୬୭୨/୨୩ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିବା ଗୋଳନ୍ଥରା ପୋଲିସ ପକ୍ଷରୁ ସୂଚନା ମିଳିଛି l