Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ମୃତ୍ୟୁ ।ମୃତକ ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ

ଗୋପାଳପୁର ୨୪/୧୨ ଗୋପାଳପୁର ସମୁଦ୍ର ରେ ଭାସମାନ ଅବସ୍ଥାରେ ଆଜି ଦିନ ପ୍ରାୟ ସାଢ଼େ ୧୧ ଟା ବେଳେ ବେଳାଭୂମି ରେ ନିୟୋଜିତ ରହିଥିବା ଲାଇଫଗାର୍ଡ ଙ୍କ ପକ୍ଷରୁ ଉଦ୍ଧାର କରାଯାଇଛି।ଯୁବକ ଜଣଙ୍କ ପରିଚୟ ଜଣା ପଡିନଥିବା ବେଳେ ପୁଲିସ ପକ୍ଷରୁ ବ୍ରହ୍ମପୁର ବଡ ମେଡିକାଲ ଶବାଗୃହ ପରିସରରେ ରଖାଯାଇଛି। ପର୍ଯଟନ ଋତୁ ଚାଲିଥିବା ବେଳେ ଗୋପାଳପୁର ରେ ପର୍ଯ୍ୟଟକ ଙ୍କ ଭିଡ ଜମିଛି। ପର୍ଯ୍ୟଟକ ମାନେ ପରିବାର ସଦସ୍ୟ ଙ୍କ ସହ ସମୁଦ୍ରରେ ସ୍ନାନ କରି ମଜା ନେଉଛନ୍ତି ।ସକାଳ ୧୧ ଟା ବେଳେ ହୋଟେଲ ସି ସାଇଡ୍ ବ୍ରିଜ ପଛ ପଟ ସମୁଦ୍ରରେ ପର୍ଯ୍ୟଟକ ମାନେ ଗାଧୋଉଥିବା ବେଳେ ଜଣେ ୨୦ ବର୍ଷିୟା ଯୁବକ ସେଠାରେ ପହଞ୍ଚି ଗାଧୋଉଥିବା ବେଳେ ଅଚାନକ ସମୁଦ୍ର ସ୍ରୋତରେ ନିଖୋଜ ହୋଇ ଯାଇଥିଲେ।ଘଟଣା ନେଇ ସେଠାରେ ସ୍ନାନ କରୁଥିବା କିଛି ବଙ୍ଗୀୟ ପର୍ଯ୍ୟଟକ ବେଳାଭୂମି ସୁରକ୍ଷା ଦାୟିତ୍ବରେ ରହିଥିବା ଲାଇଫଗାର୍ଡ ଜି ଚିଟିବାବୁଙ୍କୁ ଅବଗତ କରାଇଥିଲେ।ଖବର ପାଇ ତୁରନ୍ତ ସୁରକ୍ଷା ସାମଗ୍ରୀ ସହ ଉକ୍ତ ସ୍ଥାନରେ ପହଞ୍ଚି ଖୋଜା ଖୋଜି କରିଥିଲେ ସୁଦ୍ଧା ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳି ପାରିନଥିଲା।ଏହି ସମୟ ରେ ଅଚାନକ ପାଣିରେ ଯୁବକଙ୍କ ଭାସମାନ ଶବ ଦେଖି ତାକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ଯୁବକ ଜଣଙ୍କ ମୃତ୍ୟୁ ଘଟିଥିଲା।ଏହା ସହ ଯୁବକଙ୍କ ନାକ ଓ ପାଟିରୁ ଫେଣ ବାହାରୁଥିବା ଦେଖିବାକୁ ମିଳିଥିଲା। ବେଳାଭୂମି ରେ ଖୋଜାଖୋଜି ସମୟ ରେ ଅନତି ଦୂରରେ ଏକ ସାଇକେଲ ସହ ଯୁବକ ଏକ ସାର୍ଟ ମିଳିଥିଲା। ଘଟଣା ନେଇ ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଥାନାରେ ୩୦/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହ କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଯାଇଛି । ଯୁବକ ଜଣଙ୍କ ବୟସ ପ୍ରାୟ ୧୮ ରୁ ୨୦ ବର୍ଷ ପରିଚୟ ମିଳି ନ ଥିବାରୁ ଶବକୁ ଶବ ଗୃହରେ ରଖାଯାଇଥିବା ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି। ଆଣିଥିବା ସାଇକଲ କୁ ପୁଲିସ ଜବତ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ