ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ପଡିଆରେ ହେଉଥିବା ୨୭ତମ ସର୍ବଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ରବିବାର ଥିଲା ତୃତୀୟ ଦିବସ । ରବିବାର ମ୍ୟାଚ୍ ଟି ଫରେଷ୍ଟ ଛତିଶଗଡ଼ ଓ ସ୍ପାର୍ଟନ ଭୁବନେଶ୍ୱର ମଧ୍ୟରେ ହୋଇଥିଲା। ମ୍ୟାଚ୍ ଟି-୨୦ ଓ ଟି-୧୦ ଫର୍ମାଟ ରେ ହୋଇଥିଲା । ପ୍ରଥମ ଫର୍ମାଟ ରେ ଭୁବନେଶ୍ୱର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୮ ଉଇକେଟ ହରାଇ ୧୮୩ ରନ କରିଥିଲା । ଦଳର ସରୋଜ ପଣ୍ଡା ୮୩ ଓ ଚିତ୍ତ ପାତ୍ର ୩୫ ରନ କରିଥିଲେ । ଛତିଶଗଡ ର ନମନ ଅଗ୍ରୱାଲା , ବ୍ରଜେଶ ଠାକୁର ଓ ଶୁଭମ ମହାକୁର ପ୍ରତ୍ୟେକ ୨ଟି ଲେଖାଏଁ ଉଇକେଟ ନେଇଥିଲେ । ଜବାବରେ ଫରେଷ୍ଟ ଛତିଶଗଡ଼ ଦଳ ନିର୍ଦ୍ଧାରିତ ୨୦ ଓଭର ରେ ୬ ଉଇକେଟ ହରାଇ ୧୮୨ ରନ କରିଥିଲା । ଦଳର ପ୍ରତୀକ ଯାଦବ ୫୯, ଦେବବ୍ରତ ରାଏ ୩୭ ଓ ଋଶି ଶର୍ମା ୨୩ରନ କରିଥିଲେ। ଭୁବନେଶ୍ୱର ର କୁନା ଗୋଚ୍ଛାୟତ ଓ ଗୌରବ ରାଉତ ପ୍ରତ୍ୟେକ ୨ ଟି ଲେଖାଏଁ ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ ଭୁବନେଶ୍ୱର ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୬ ଉଇକେଟ ହରାଇ ୧୨୩ ରନ କରିଥିଲା । ଦଳର ରୋନାଲ୍ଡ ସିଂ ୩୮, ଇଲ୍ଲୁ ଗୋଚ୍ଛାୟତ ୩୧ ଓ ଚିତ୍ତ ପାତ୍ର ୩୦ ରନ କରିଥିଲେ । ଜବାବରେ ଛତିଶଗଡ ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୧୦୭ ରନ କରିଥିଲା । ଦଳର ହେମନ୍ତ ସାହୁ ୪୬ ରନ ଓ ରୋହିତ ତିୱାରୀ ୨୦ରନ କରିଥିଲେ। ଭୁବନେଶ୍ୱର ର ଗୌରବ ରାଉତ ୩ ଟି ଉଇକେଟ ନେଇଥିଲେ । ଉଭୟ ଫର୍ମାଟ ରେ ବିଜୟୀ ହୋଇ ଭୁବନେଶ୍ୱର ସେମି ଫାଇନାଲ ରେ ପ୍ରବେଶ କରିଛି । ପୀତାମ୍ବର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଆତ୍ମା ଅଧ୍ୟକ୍ଷ ବିବଶ୍ଵତି ପଣ୍ଡା , ଇଂ.ବବୁରୁ ବାହନ ପ୍ରଧାନ , ସିଙ୍ଘିଯୁବା ସରପଞ୍ଚ ସଞ୍ଜୀବ ତ୍ରିପାଠୀ ଓ ଚମ୍ପାମଳ ସମିତିସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭୁବନେଶ୍ଵର ର ଗୌରବ ରାଉତ କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ ।ମ୍ୟାଚ୍ କୁ ଓସିଏ ମାନ୍ୟତାପ୍ରାପ୍ତ ଆମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା ଓ ତପନ ବେହେରା ପରିଚାଳନା କରିଥିବା ବେଳେ ବାଙ୍କା ବିହାରୀ ମହାକୁର ସ୍କୋରିଙ୍ଗ ଏବଂ ମ୍ୟାକମିଲନ ମହାକୁର ଓ ପୀତାମ୍ବର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ସୋମବାର ମ୍ୟାଚ୍ ଟି ଏନ ଏନ ଏସ ଆହ୍ଲାହାବାଦ ଓ ସ୍ପାର୍ଟନ ଭୁବନେଶ୍ୱର ମଧ୍ୟରେ ପୁଲ – ଏ ର ସେମି ଫାଇନାଲ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।
ଲୁତୁରପଙ୍କ କ୍ରିକେଟ କପ ରେ ଫରେଷ୍ଟ ଛତ୍ତିଶଗଡ଼ କୁ ହରାଇ ଭୁବନେଶ୍ବର ସେମି ଫାଇନାଲ୍ ରେ
