ଥମୁନି କାମିୟା ବିବାଦ, ବଢିବାରେ ଲାଗିଛି ବିଜେଡିର ଅଡୁଆ; ନୂତନ ଭିଡିଓରୁ ଜଣା ପଡୁଛି କେତେ ସତ କହୁଛନ୍ତି କାମିୟା


ଭୁୁବନେଶ୍ୱର: ଥମିବା ପରିବର୍ତେ ବଢିବାରେ ଲାଗିଛି କାମିୟା ଜାନି ବିବାଦ । ବିଜୁ ଜନତା ଦଳ(ବିଜେଡି) ଓ ଏହାର ମୁଖପାତ୍ରମାନେ ଯେତେ ସଫେଇ ଦେଲେ ଓଡିଶାବାସୀଙ୍କ ମନରେ ଲାଗିଥିବା ଆଘାତ ଓ ଶଙ୍କାକୁ ଦୂର କରି ପାରି ନାହିଁ । ବିବାଦ ବଢିବା ପରେ ଗତକାଲି କାମିୟା ଜାନି ଏକ ଭିଡିଓ ପୋଷ୍ଟ କରି ସେ ଗୋ ମାଂସ ଖାଆନ୍ତି ନାହିଁ କିମ୍ବା ଏହାର ପ୍ରମୋଟ କରନ୍ତି ନାହିଁ ବୋଲି ସଫେଇ ଦେଇଥିଲେ । ସେ ଗୋଟିଏ ପଟେ ସଫେଇ ଦେଉଥିବା ବେଳେ ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ସେ ଗୋ ମାଂସରେ ପ୍ରସ୍ତୁତି ବ୍ରେସଅଲା ଖାଉଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଆଉ ଏହି ଭିଡିଓ ସାମ୍ନାକକୁ ଆସିବା ପରେ କାମିୟା ଜାନି କେତେ ସତ କଥା କହୁଛନ୍ତି ତାହା ବାରି ହୋଇ ପଡୁଛି । ଆଉ ଏହି ମହିଳା ବ୍ଲଗର ଯାହାକୁ ବିଜେଡି ବଂଚାଇବାକୁ ଉଦ୍ୟମ ଚଳାଇଛି ସେ ବିଫ୍ ଖାଇଥିବା ବିବାଦ ଉପରେ ମୁହଁ ଖୋଲିବାକୁ ପ୍ରସ୍ତୁତ ନାହାନ୍ତି ଶାସକ ଦଳର ମୁଖପାତ୍ର ।

କାମିୟା ଜାନି ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲ କର୍ଲି ଟେଲ୍ସରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଟିଫିନ କରୁଛନ୍ତି । ଟେବୁଲରେ ତାଙ୍କ ସାମ୍ନାରେ ଯେଉଁ ଖାଦ୍ୟ ବ୍ୟଞ୍ଜନ ରଖାଯାଇଛି ସେଥିରେ ବେସଅଲା ନାମକ ଏକ ଖାଦ୍ୟ ରଖାଯାଇଛି । ଏହାର ବିଲ୍ ମଧ୍ୟ ଦେଖିବାକୁ ମିଳୁଛି । କହି ରଖୁଛୁ ଏହି ଖାଦ୍ୟ ଗୋ ମାଂସରେ ପ୍ରସ୍‌ୁତ । ଆପଣମାନେ ସର୍ଚ୍ଚ କରି ଏହାର ସତ୍ୟାସତ୍ୟ ମଧ୍ୟ ଜାଣି ପାରିବେ । ଏହି ସଦ୍ୟତମ ଭିଡିଓଟି ସାମ୍ନାକୁ ଆସିବା ପରେ ସେ କେତେ ଦୂର ସତ କହୁଛନ୍ତି ତାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ସେପଟେ କାମିୟା ଜାନିଙ୍କୁ ନେଇ ବିଜେଡି ଓ ବିଜେପିର ମୁଖପାତ୍ରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇ ଯାଇଛି । ଜଣେ ଗୋ ମାଂସ ଖାଉଥିବା ଏବଂ ଏହାର ପ୍ରମୋଟ୍ କରୁଥିବା ମହିଲାଙ୍କୁ କିଭଳି ମହା ପ୍ରସାଦ ଖୁଆଇବା ଏବଂ ଏହାର ପ୍ରଚାର ପାଇଁ ନିୟୋଜିତ କରିବା ତାକୁ ନେଇ ବିଜେପି ଶାସକ ବିଜେଡି ଘେରିଛି । ବିଜୁ ଜନତା ଦଳ ଜଗନ୍ନାଥ ସଂସ୍କୃତି, ସନାତନ ଏବଂ ଓଡିଆଙ୍କ ଭାବାବେଗ ସହ ଖେଳୁଥିବା ବିଜେପି ଅଭିଯୋଗ କରିଛି । ଦଳ ଗୋଟିଏ ପରେ ଗୋଟିଏ ପ୍ରେସମିଟ୍ କରି ଶାସକ ଦଳକୁ ଟାର୍ଗେଟ୍ କରିବା ସହ ଜବାବ ଲୋଡୁଛି । ଅନ୍ୟପଟେ ବିଜେଡି ଏହାର ସିଧାସଳଖ ଉତର ରଖି ନ ପାରି କାମିୟା ଜାନିଙ୍କୁ ଦେଶର ଅନ୍ୟ ମନ୍ଦିର, ଐତିହ୍ୟ, ତୀର୍ଥସ୍ଥଳୀ ଏପରିିକି ଶ୍ରୀରାମ ମନ୍ଦିର ନିର୍ମାଣର ପ୍ରଚାର ପ୍ରସାରରେ ନିୟୋଜିତ କରିଥିବା ଯୁକ୍ତି ବାଢୁଛି । କିନ୍ତୁ ଶାସକ ଦଳର ମୁଖପାତ୍ର କାମିୟା ଜାନିଙ୍କ ବିଫ ସେବନ ଉପରେ ଉତର ଦେବାକୁ ପଛଘୁଂଚା ଦେଉଛନ୍ତି ।

ଓଡିଶାର ଜଗନ୍ନାଥ ସଂସ୍କୃତିର ଗବେଷକଙ୍କ କହିବା କଥା କାମିୟା ଜାନି ଦେଶର ଯେ କୌଣସି ମନ୍ଦିରର ପ୍ରଚାର କରୁଥାଇ ପାରନ୍ତି । ସେଠାକାର ସେ ଗର୍ଭଗୃହରେ ପଶି ଥାଇ ପାରନ୍ତି । ସେଠକାର ମନ୍ଦିର ପରିଚାଳନା ନିୟମ କଣ ଥାଇପାରେ । କିନ୍ତୁ ପୁରୀ ଶ୍ରୀମନ୍ଦିର ଦେଶର ଅନ୍ୟ ଧାମ ଏବଂ ମନ୍ଦିରଠୁ ସ୍ୱତନ୍ତ୍ର ଅଟେ । ଏଠାରେ ଗୋ ସେବନ କରୁଥିବା ଏବଂ ସନାତନ ଧର୍ମକୁ ଅପମାନିତ କରୁଥିବା ବ୍ୟକ୍ତି ଏବଂ ଅଣହିନ୍ଦୁଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ମନା । ଜଣେ ଯଦି ବିଫ ଖାଉଛି ଏବଂ ଏହାର ପ୍ରମୋଟ କରୁଛି ସେହିପରି ବ୍ଲଗରଙ୍କୁ କେମିତି ଶ୍ରୀମନ୍ଦିରରେ ପ୍ରବେଶ କରାଇବା ଓ ମହାପ୍ରସାଦ ଖୁଆଇବା ସମିଚୀନ ବୋଲି ପ୍ରଶ୍ନ ଉଠିଛି । ଆଉ ଏହାର ଉତର ଦେବାକୁ ଅସମର୍ଥ ବିଜେଡି । କାମିୟାଙ୍କୁ ଦେଶର ଅନେକ ମନ୍ଦିର, ତୀର୍ଥସ୍ଥଳୀକୁ ନେଇ ଡକ୍ୟୁମେଂଟାରୀ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ର ନୀତି ନିୟମ ରହିଛି । ତେଣୁ କାମିୟାଙ୍କୁ ନେଇ ବଢିଥିବା ବିବାଦରେ ବିଜୁ ଜନତା ଦଳର ଅଡୁଆ ବଢିବାରେ ଲାଗିଛି ।