ସୁନା ଅଳଙ୍କାର ଚୋରୀ ଅଭିଯୋଗ ଜଣେ ମହିଳା କୋର୍ଟ ଚାଲାଣ


ଝାରସୁଗୁଡ଼ା ୨୫/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ପୁଲିସ ସୁନା ଅଳଙ୍କାର ଓ ଟଙ୍କା ଚୋରୀ ଅଭିଯୋଗରେ ଜଣେ ମହିଳା ଙ୍କୁ କୋର୍ଟ ଚାଲାଣ କରିଛି ।
ରେଙ୍ଗାଲି ପୁଲିସର ସୂଚନା ଅନୁଯାୟୀ ରେଙ୍ଗାଲି ଥାନା ଅନ୍ତର୍ଗତ କଣ୍ଡେଇକେଲା ଗ୍ରାମର ମନୋହର ପଧାନଙ୍କ ଘରେ ପଶି ନଗଦ ୮ ହଜାର ୫୦୦ ଟଙ୍କା ଓ ପ୍ରାୟ ୧୩ ରୁ ୧୪ ଗ୍ରାମ ଓଜନ ର ଏକ ସୁନାହାର ଗତ ୧୮ ତାରିଖ ଦିନ କେହି ଚୋରୀ କରି ନେଇ ଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ପୁଲିସ ତଦନ୍ତ ଜାରି ରଖିଥିଲା । ରେଙ୍ଗାଲି ଥାନା ଅଧିକାରୀ କମଳ ଲୋଚନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଆଶୁତୋଷ ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜଣେ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ । ଉକ୍ତ ମହିଳା ଜଣକ ସେ ନିଜେ ଚୋରୀ କରିଥିବା ସ୍ୱୀକାର କରିଥିଲେ ଏବଂ ତାଙ୍କ ଠାରୁ ଚୋରୀ ହୋଇଥିବା ଟଙ୍କା ଓ ସୁନାହାର ଉଦ୍ଧାର କରି ତାଙ୍କ ନାଁ ରେ ଏକ ମାମଲା ରୁଜୁ କରି ରବିବାର ଦିନ କୋର୍ଟ ଚାଲାଣ କରା ଯାଇଥିବା ରେଙ୍ଗାଲି ଥାନାଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।