Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମା କୁମାରୀ ବିଶ୍ବବିଦ୍ୟାଳୟ ର ମିଡ଼ିଆ ଶିବିର

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଓ କାକଟପୁର ବ୍ଲକ ର ମିଳିତ ଆନୁକୁଲ୍ୟରେ ପ୍ରଜାପିତା ବ୍ରହ୍ମକୁମାରୀ ଇସ୍ୱରିୟ ବିଶ୍ବବିଦ୍ୟାଳୟର ତରଫରୁ କାକଟପୁର ଆଶ୍ରମ ଠାରେ ସୋମବାର ଦିନ ଏକ ମିଡ଼ିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି । ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ର ୨୦ ଜଣ ଗଣମାଧ୍ୟମ ପ୍ରତିନିଧି ଯୋଗ ଦାନ କରି ଆଲୋ ଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭ ରେ, କାର୍ଯ୍ୟକ୍ରମ କୁ ମାଉଣ୍ଟ ଆବୁ ସ୍ଥିତ ମୁଖ୍ୟାଳୟ ମିଡ଼ିଆ ସଂଯୋଜକ ବ୍ରହ୍ମ କୁମାରୀ ଚନ୍ଦା ପ୍ରଦୀପ ପ୍ରଯୋଳାନ କରି ଆଲୋଚନା ଚକ୍ରକୁ ଉଦଘାଟନ୍ କରି ଥିଲେ । ଆଲୋଚନା ଚକ୍ରରେ ପୁରୀ ସବ୍ ଜୋନ କର୍ଡିନେତର ବିକେ ରବି ନାରାୟଣ, ରାଷ୍ଟ୍ରୀୟ ସଂଯୋଜକ ହାଇଦ୍ରାବାଦ ବିକେ,ସାରଳା,ମିଡ଼ିଆ ମୁଖ୍ୟ ଵିକେ ଶାନ୍ତନୁ, ରାଜଯୋଗି ବିକେ ରାମ୍ ସ୍ୱରୁପ ,କାକଟପୁର ମୁଖ୍ୟ ବିକେ କୁନ୍ତଳା ପ୍ରମୁଖ ଉପସ୍ଥିତ ରହି ଜାତି ବର୍ଣ୍ଣ ଧର୍ମ ନିର୍ବି ଶେଷରେ ଏହି ଅନୁଷ୍ଠାନ ୮୬ବର୍ଷ ହେଲା ଧାରା ଧାମରେ ଦିବ୍ୟ ଅବତରଣ କରି ପୃଥିବୀର ୧୪୦ ଦେଶରେ ଏହାର ଶାଖା ଖୋଲି ସୁନ୍ଦର୍ ପରାମର୍ଶ ଦେବା ସହ କଣ କଲେ ଆମେ ବ୍ୟକ୍ତିଗତ ଜୀବନକୁ ସୁନ୍ଦର ଭାବେ ଗଢି ତୋଳିବା ସେ ବିଷୟ ରେ ପରାମର୍ଶ ଦେଇଥିଲେ । ଆଉ ମଧ୍ୟ ସାମ୍ବାଦିକ ମାନେ, ନିସ୍ୱାର୍ଥ ସେବା,ସତଖବର ପ୍ରସାରଣ କରିବା ସହ କାହା ପାଖରେ ନତ ମସ୍ତକ ନହୋଇ କଲମ ମୁନକୁ ଶାଣିତ କରି ସମାଜକୁ ସତ୍ ମାର୍ଗରେ ଦିଗ ଦର୍ଶନ ଦେବା ଉପରେ ଗୁରୁତ୍ଵ ଆରୋପ କରି ଥିଲେ । ଏହି ଆଲୋଚନା ଚକ୍ର ରେ ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ,ନିରଞ୍ଜନ ଦାସ,ତ୍ରିଲୋଚନ ବେହେରା, ସୋଭାକର ବେହେରା,ଲୋକନାଥ ସ୍ବାଇଁ,ପ୍ରଶାନ୍ତ ଜେନା,ମାନସ ରାଉତ,ତୁଷାର ଦୀକ୍ଷିତ,ଶଙ୍କର ଦାସ , ଅକ୍ଷୟ ରାଉତ ଆଦି ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ