ଖଣ୍ଡହତl ମେହେର (ଭୂଲିଆ)ସାମାଜ ଆଞ୍ଚଳିକ କମିଟି ଗଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲକର ଖଣ୍ଡହତା ଭାଗବତ ଟୁଙ୍ଗି ପ୍ରାଙ୍ଗଣରେ ମେହେର (ଭୂଲିଆ) ସମାଜ ର ଆଞ୍ଚଳିକ କମିଟି ଗଠନ ପାଇଁ ଏକ ଜରୁରୀ ବୈଠକ ସୋମବାର ଅନୁ୍ଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସୁବର୍ଣ୍ଣପୁର ଜ଼ିଲ୍ଲା ସଭାପତି ଶ୍ରୀଯୁକ୍ତ ସୌମିତ୍ରୀ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆସନ୍ତା ଫେବ୍ରୁୟାରୀ 2024 ହେବାକୁ ଥିବା ସାତଦିନ ଧରି ଗଙ୍ଗାଧର ମେହେର ଙ୍କ ଶତ ବାର୍ଷିକ ଉତ୍ସବ ରେ ସମସ୍ତେ ଯୋଗ ଦେବାକୁ କହିଥିଲେ I ତାଙ୍କ ଜନ୍ମ ମାଟି ବରପାଲି ରେ ହେଉଥିବା ଓ ନିଖିଳ ଓଡିଶା ମେହେର (ଭୂଲିଆ) ସମାଜ ର କାର୍ଯ୍ୟକାଳ ଶେଷ ହୋଇଥିବାରୁ ନୂତନ କର୍ମକର୍ତ୍ତା ଚୟନ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି l ଏଣୁ ଏହି ଶତ ବାର୍ଷିକ ଉତ୍ସବ ପାଳନ କିପରି ଶୃଙ୍ଖଳିତ ଭାବେ ସମାପନ ହେବ ସେ ଉପରେ ମନ୍ତବ୍ୟ ପ୍ରଦାନ କରି ଥିଲେ l ଏଥିରେ ବଲାଙ୍ଗିର କେନ୍ଦ୍ର ବୋର୍ଡ ର ସକ୍ରିୟ ସଦସ୍ୟ ପ୍ରଫୁଲ୍ଲ କୁମାର ମେହେର ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ I ଏହି ଅବସରରେ ଖଣ୍ଡହତା ମେହେର (ଭୂଲିଆ ) ସାମାଜ ର ଆଞ୍ଚଳିକ କମିଟି ଖଣ୍ଡହତା ଗ୍ରାମ ସମେତ ଲୁତୁରପଙ୍କ , ତୁଳସୀ ପୁର୍ , ଟେଲିଟିକ୍ରା , ଗୁଡିପାଲି ଆଦି ଆଖପାଖ ଗ୍ରାମର ଭୁଲିଆ ସାମାଜ ର ଜାତି ଭାଇ ଙ୍କ ଉପସ୍ଥିତ ରେ ଏକ କମିଟି ଗଠନ କରାଯାଇଛି l ଏଥିରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ସମସ୍ତ ଙ୍କ ସର୍ବସମ୍ମତି କ୍ରମେ ଶ୍ରୀଯୁକ୍ତ ଜଗନ୍ନାଥ ମେହେର ଙ୍କୁ ସଭାପତି , ଚିନ୍ତାମଣି ମେହେର ଉପ ସଭାପତି , ସୁଶାନ୍ତ ମେହେର ଙ୍କୁ ସାଧାରଣ ସମ୍ପାଦକ , ଠାକୁର ମେହେର ଙ୍କୁ ସହ ସମ୍ପାଦକ ଏବଂ ରଘୁ ମଣି ମେହେର ଙ୍କୁ କୋଷାଧକ୍ଷ ଭାବେ ମନୋନୀତ କରାଗଲା l ସେହିପରି କାର୍ଯ୍ୟକାରୀ ସଭ୍ୟ ଭାବେ ଶୁକୃ ମେହେର , ଉତ୍ତମ ମେହେର , ଟୁନୁ ମେହେର , ଶିବ ମେହେର , ଶ୍ରୀପତି ମେହେର , ଡମ୍ବରୁ ମେହେର , ମୃତ୍ୟୁଞ୍ଜୟ ମେହେର , ସମାରୁ ମେହେର ଆଦି 10 ଜଣ ରହିଛନ୍ତି I ଶେଷରେ ଗ୍ରାମର ରଘୁ ମଣି ମେହେର ଧନ୍ୟବାଦ ଅର୍ପଣ କରିଥିଲେ l