Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନିସି ତହସିଲ ତରଫରୁ ରାଜସ୍ବ ମେଳା ଓ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ।

ଗୋପାଳପୁର,୨୫/୧୨ କନିଷି ତହସିଲ କାର୍ଯାଳୟ ପକ୍ଷରୁ ତହସିଲ କାର୍ଯାଳୟ ପରିସରରେ ରାଜସ୍ବ ମେଳା ଓ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥୀ ଅଧ୍ୟକ୍ଷତା କରିବା ସହ ଦୀର୍ଘ ୧୦୦ ବର୍ଷ ପରେ ବିଭିନ୍ନ ଅଞ୍ଚଳରେ ଗ୍ରାମକଣ୍ଟ ରେ ରହୁଥିବା ଲୋକମାନେ ପଟ୍ଟା ପାଇବାରେ ଅସୁବିଧା ହୋଉଥିଲା। ରାଜ୍ୟସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଦଫାରେ ୩୨ ପଞ୍ଚାୟତ ଅଧିନରେ ଥିବା ୮୯ ଗ୍ରାମର ୨୩୦୦ ଗ୍ରାମ କଣ୍ଟକ ପଟ୍ଟା ପାଇବା ପାଇଁ ଚିହ୍ନଟ ହୋଇଥିଲେ।ପ୍ରଥମ ପର୍ଯ୍ୟାୟରେ ଛତ୍ରପୁର ଠାରେ ୯୪୬ ଜଣ ଲୋକଙ୍କୁ ପଟା ବଣ୍ଟନ କରା ଯାଇଥିବା ବେଳେ ଏବେ ୧୨୫୨ ଜଣଙ୍କୁ ପଟ୍ଟା ବଣ୍ଟନ କରାଯିବ ବୋଲି ମତପୋଷଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ
ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା, ବ୍ଲକ୍ ଅଧକ୍ଷା ସିଏଚ ଉଷାରାଣୀ,, ଉପାଧକ୍ଷା ଅନିତା ମହାଙ୍କୁଡ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଦିପକ ସାମନ୍ତ ଓ ତପୋଇ ଦାସ ସମସ୍ତ ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ରହିଥିଲେ।ଏହି ଅବସରରେ ଲୋକଙ୍କୁ ଗ୍ରାମକଣ୍ଠ ପଟ୍ଟା ପ୍ରଦାନ କରାଯାଇଥିଲା।, ଦୀର୍ଘ ବର୍ଷ ପରେ ପଟ୍ଟା ପାଇ ଥିବାରୁ ଗ୍ରାମବାସୀମାନେ ତରଫରୁ ମ ବିଧାୟକ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ର ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଥିଲେ।