Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ବାଇଁ ପୁଅର ଉନ୍ମତ କାଣ୍ଡ….ସ୍ତ୍ରୀ ଓ ଶାଶୁଙ୍କୁ ଆକ୍ରମଣ କରି ଗିରଫ l

ଗୋପାଳପୁର,୨୫/୧୨ ସ୍ତ୍ରୀ ଓ ଶାଶୁଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଆଜି ଗୋଳନ୍ଥରା ଥାନା ପୋଲିସ ଜ୍ବାଇଁ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ କେ ସୁବାଣୀ ଗ୍ରାମର କେ ଶେଖର (୩୨) ବୋଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ କେ ସୁବାଣୀ ଗ୍ରାମର ଆର ପୋଲାମା ଙ୍କ ଝିଅ ଆର. ପଦ୍ମାକୁ ସେହି ଗ୍ରାମର କେ ଶେଖର ଗତ ୮ ବର୍ଷତଳେ ବିବାହ କରିଥିଲେ l କିଛି ମାସ ପରେ କୌଣସି ବିଷୟକୁ ନେଇ ଉଭୟ ମଧ୍ୟ୍ୟରେ କଳହ ଲାଗିରହିବା ଏବଂ ସ୍ତ୍ରୀ ପଦ୍ମା କୁ ସ୍ବାମୀ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ l ଯାହାଫଳରେ ଗତ ଦୁଇ ବର୍ଷ ହେଲା ପଦ୍ମା ମା ଘରେ ରହିଆସୁଥିଲେ l ଗତ ଶନିବାର ସକାଳ ୫ ଟା ବେଳେ ମା ଓ ପଦ୍ମା ପୋଖରୀକୁ ଗାଧେଇବାକୁ ଯାଉଥିବା ବେଳେ ଶେଖର ସ୍ତ୍ରୀଙ୍କୁ ଠେଙ୍ଗାରେ ମରାଣନ୍ତ ଆକ୍ରମଣ କରିଥିଲେ ଏହା କୁ ମା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ୍ୟ ଆକ୍ରମଣ କରିଥିଲେ l ଉଭୟ ସ୍ଥାନୀୟ ମେଡିକାଲ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି l ଏ ନେଇ ଗୋଳନ୍ଥରା ଥାନାରେ ପୋଲାମା ଲିଖିତ ଅଭିଯୋଗ କରିଥିଲେ l ଥାନା ପକ୍ଷରୁ ୬୭୪/୨୩ ପ୍ରକାରେ ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଗ୍ରାମରେ ଶେଖର ଥିବା ପୋଲିସ ଖବର ପାଇ ସେଠାରେ ଚଡାଉ କରି କାବୁ କରିଥିଲେ l ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories