Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିକନିକ ଋତୁ ରେ ଗୋପାଳପୁର ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବାରେ ବିଫଳ।ଭଙ୍ଗା ଲାଇଟ ସାଙ୍ଗ କୁ ରାସ୍ତା ଉପରେ ଭଙ୍ଗା ଗେଟ୍ ପର୍ଯ୍ୟଟକ ଙ୍କୁ ନିରାଶ କରିଛି।

ଗୋପାଳପୁର,୨୪/୧୨ ଅକ୍ଟୋବର ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାରିଆଡ଼େ ପର୍ଯଟନ ଋତୁ ରହୁଥିବା ବେଳେ ଗୋପାଳପୁର କୁ ମଧ୍ୟ ଏଥି ସମୟରେ ହଜାର ହଜାର ସଂଖ୍ୟାରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ।ଏହା ସହ ଡ଼ିସେମ୍ବର ଶେଷ ସପ୍ତାହ ରେ ପ୍ରତିବର୍ଷ ବେଳାଭୂମି ମହୋତ୍ସବ ଆୟୋଜିତ ହେଉଥିବା ବେଳେ ଏହି ସମୟରେ ମଧ୍ୟ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଙ୍କ ସମାଗମ ହୋଇଥାଏ। କିନ୍ତୁ ଏହି ସବୁକୁ ନଜର ରେ ରଖି ଗୋପାଳପୁର ଏନ ଏ ସି ପକ୍ଷରୁ କିନ୍ତୁ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଯାହାଫଳରେ ଏଠାକୁ ଆସୁଥିବା ପର୍ଯଟକ ମାନେ ନାନା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। ବିଶେଷ କରି ବେଳାଭୂମି କୁ ଆଲୋକିତ ରଖିବା ପାଇଁ ଗତ ୨ ବର୍ଷ ତଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବେଳାଭୂମି ର‌ ପ୍ରାୟ ଦେଢ କିଲୋମିଟର ରାସ୍ତା ରେ ସୁନ୍ଦର ଆଲୋକ ବ୍ୟବସ୍ଥା ସହ ବେଳାଭୂମି କୁ ଓହ୍ଲାଇବା ପାଇଁ ରହିଥିବା ପାହାଚ ଗୁଡିକରେ ମଧ୍ୟ ଅତ୍ୟାଧୁନିକ ଲାଇଟ୍ ବ୍ୟବସ୍ଥା କରା ଯାଇଥିଲା। କିନ୍ତୁ ଦୁଃଖର କଥା ଏହି ସବୁ ଲାଇଟ୍ ବ୍ୟବସ୍ଥା ବି ଡି ଏ ର ତତ୍ବାବଧାନରେ ଲାଗିଥିବା ବେଳେ ଆଜି ଯାଏଁ ଏହା ସଠିକ ଭାବେ ସମସ୍ତ ଲାଇଟ୍ ଜଳି ପାରି ନଥିବା ବେଳେ ସେଥିରୁ ଅନେକ ଲାଇଟ୍ ଭାଙ୍ଗିରୁଜି ଯାଇଛି। ଯାହାଫଳରେ ଲାଇଟ୍ ଗୁଡ଼ିକ ଲାଗୁ ନଥିବା ବେଳେ ସ୍ଥାନୀୟ ଏନ ଏ ସି ପକ୍ଷରୁ ଦିନୁଟିଏ ମଧ୍ୟ ଏହାର ରକ୍ଷଣାବେକ୍ଷଣା କରିବା ପାଇଁ ଚିନ୍ତା କରା ଯାଇନଥିବା ଫଳରେ ଏପରି ଅବସ୍ଥା ଉପୁଜିଥିବା ସାଧାରଣ ରେ ଆଲୋଚନା ହେଉଛି। ଏସବୁ ସତ୍ତ୍ୱେ ଏନ ଏ ସି ପକ୍ଷରୁ ପିକନିକ ଋତୁ ରେ ବେଳାଭୂମି ର ଆଲୋକୀକରଣ ପାଇଁ କୌଣସି ବ୍ୟବସ୍ଥା ନକରିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସୁବିଧାରେ ଗୋପାଳପୁର ବୁଲିବାର ବ୍ୟବସ୍ଥା କରିବା ପାଇଁ ବେଳାଭୂମି ର ଅଧ କିଲୋମିଟର ଦୂରରୁ ଦୁଇଟି ସ୍ଥାନରେ ଗାଡ଼ି ମୋଟର ନୋ ଏଣ୍ଟ୍ରି ଜୋନର ବ୍ୟବସ୍ଥା କରାଯାଇ ଗେଟ୍ ବ୍ୟବସ୍ଥା କରାଯାଇଛି। କିନ୍ତୁ ନୋ ଏଣ୍ଟ୍ରି ଜୋନର ର ବେରିକେଡ ଦାୟିତ୍ଵ ରେ ପାର୍କିଂ ଲିଜ ନେଇଥିବା ମହିଳା ସଂଘ ସଦସ୍ୟ ମାନେ ରହିଥିବାରୁ ସେମାନେ ପାର୍କିଂ ଫିସ ଆଦାୟ‌ କରିବା ପରେ ଗାଡି ମୋଟର କୁ ବେଳାଭୂମି ପରିସରକୁ ଛାଡି ଦେଉଛନ୍ତି। ଯାହାଫଳରେ ଗହଳି ସମୟରେ ନାନା ଅସୁବିଧା ପରିଲକ୍ଷିତ ହେବା ସହ ପର୍ଯ୍ୟଟକ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପ୍ରତିବର୍ଷ ଗୋପାଳପୁର ଏନ ଏ ସି ପକ୍ଷରୁ ବେଳାଭୂମି କୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ସେମାନଙ୍କ ଯାନବାହନ ଗୁଡ଼ିକୁ ବ୍ୟବସ୍ଥାପକ ଢଙ୍ଗ ରେ ପାର୍କିଂ କରିବା ପାଇଁ ସ୍ଥାନ ନିରୂପଣ ହୋଇଥିବା ସହ ପାର୍କିଂ କୁ ବର୍ଷକ ପାଇଁ ଲିଜ ଆକାରରେ ପ୍ରଦାନ କରାଯାଇଥାଏ। କିନ୍ତୁ ଲିଜଧାରୀ ଙ୍କ ପକ୍ଷରୁ ବେଆଇନ ଭାବେ ଯେଉଁଠି ପାରିଲେ ସେଇଠି ଯାନବାହାନ ପାର୍କିଂ କରାଇ ପାର୍କିଂ ଫିସ ଆଦାୟ କରୁଥିବାରୁ ବେଳାଭୂମି କୁ ସଂଯୋଗ କରୁଥିବା ସାର୍କିଟ ହାଉସ ମୁଖ୍ୟ ରାସ୍ତା ସମେତ ରେଉ ସାହିରେ ରାସ୍ତା କଡ଼ରେ ପାର୍କିଂ ଯୋଗୁଁ ଟ୍ରାଫିକ ଅବ୍ୟବସ୍ଥା ଦେଖା ଦେବା ସହ ସାହି ମଧ୍ୟରେ ପାର୍କିଂ ଯୋଗୁଁ ସାହି ବାସିନ୍ଦା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଏହା ନେଇ ଅଞ୍ଚଳବାସୀ ଙ୍କ ପକ୍ଷରୁ ଏନ ଏ ସି କର୍ତ୍ତୁପକ୍ଷଙ୍କୁ ଏହା ନେଇ ବହୁବାର ଅବଗତି କରିବା ସହ କେବଳ ନିର୍ଧାରିତ ଯାନବାହାନ ପାର୍କିଂ ସ୍ଥାନରେ ଯାନବାହାନ ରଖିବାକୁ ଲିଜ ଧାରୀଙ୍କୁ ନିର୍ଦ୍ଦେଶ ଦେବାକୁ କୁହା ଯାଇଥିଲେ ସୁଦ୍ଧା ଏହା କାର୍ଯକାରୀ ହୋଇ ପାରୁନାହିଁ। ଯାହାଫଳରେ ସାଧାରଣ ରେ ଅସନ୍ତୋଷ ବଢିବାରେ ଲାଗିଛି। ପର୍ଯ୍ୟଟକ ଙ୍କ ସୁବିଧା ନିମନ୍ତେ ବସଷ୍ଟାଣ୍ଡ ଛକ, ମୁଖ୍ୟ ବେଳାଭୂମି ରେ ୨ ଟି ଏବଂ ବେକ ଓ୍ବାଟର ପରିସରରେ ଗୋଟିଏ ଶୌଚାଳୟ ର ବ୍ୟବସ୍ଥା ରହିଛି। ମୁଖ୍ୟ ବେଳାଭୂମି ରେ ବିକଳାଙ୍ଗ ପାଇଁ ଉଦ୍ଦିଷ୍ଟ ରହିଥିବା ଏବଂ ୭ ଲକ୍ଷ ଟଙ୍କା ବ୍ୟୟରେ ଗତ ବର୍ଷ ନିର୍ମାଣ ହୋଇଥିବାର ଶୌଚାଳୟ ଟି ଆଜି ଯାଏଁ ଖୋଲା ଯାଇ ପାରି ନଥିବାରୁ ଏହା ବ୍ୟବହାର ଯୋଗ୍ୟ ହୋଇ ପାରିନାହିଁ।ବଳକା ତିନୋଟି ଶୌଚାଳୟ କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆମ ଶୌଚାଳୟ ଯୋଜନାରେ ବ୍ୟବହାରକାରୀ ଙ୍କୁ ଏହା ଦେୟମୁକ୍ତ ରହିବାର ବ୍ୟବସ୍ଥା ରହିଥିବା ସତ୍ତ୍ବେ ମୁଖ୍ୟ ବେଳାଭୂମି ରେ ରହିଥିବା ଶୌଚାଳୟ ରେ କିନ୍ତୁ ବ୍ୟବହାରକାରୀଙ୍କ ଠାରୁ ଦେୟ ଆଦାୟ କରାଯାଉଛି।ଯା‌ହା ସରକାରଙ୍କ ନିର୍ଦ୍ଦେଶ କୁ ଖୋଲି ଖୋଲି ଉଲଂଘନ ହେଉଥିବା ପର୍ଯ୍ୟଟକ ମାନେ ଅଭିଯୋଗ କରିଛନ୍ତି।ଏହା ସହ ବେକ ଓ୍ବାଟର ପଟୁ ମୁଖ୍ୟ ବେଳାଭୂମି କୁ ସଂଯୋଗ ରାସ୍ତା ଯାନବାହାନ ପ୍ରବେଶ ରେ ରୋକ ଲଗାଇବା ପାଇଁ ଗତ ୨ ବର୍ଷ ତଳେ କରାଯାଇଥିବା ଲୁହା ବେରିକେଡିଂ ଲଗା ଯାଇଥିବା ବେଳେ ଏହା ଏବେ ଭାଙ୍ଗିରୁଜି ଯାଇଛି । କିନ୍ତୁ ଏହାର ମରାମତି କରା ଯାଇ ନଥିବା ସହ ଏହାକୁ ସେଠାରୁ ହଟା ଯାଇନଥିବାରୁ ଏହା ବିପଦ ସୃଷ୍ଟି କରିବା ସହ ବେକ ଓ୍ବାଟର ପଟୁ ଯାଉଥିବା ପର୍ଯ୍ୟଟକ ଙ୍କୁ ରାସ୍ତା ବନ୍ଦ ରହିଥିବାର ଭ୍ରମ ସୃଷ୍ଟି କରିଛି। ଏସବୁ ନେଇ ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ଏନ ଏ ସି ପକ୍ଷରୁ ପର୍ଯଟନ ଋତୁ ରେ ଏନ ଏ ସି ପକ୍ଷରୁ କୋୖଣସି ସ୍ବତନ୍ତ୍ର ବ୍ୟବସ୍ଥା ହୋଇ ପାରିନଥିବା କୁ ସେ ମାନି ଛନ୍ତି।ଏହା ସହ ସେ ଅଭିଯୋଗ କରିଛନ୍ତି ଏନ ଏ ସି ପରିଚାଳନା ନିମନ୍ତେ ସରକାରଙ୍କ ପକ୍ଷରୁ ଏଠାରେ କାର୍ଯ୍ୟନିର୍ବାହୀ ଙ୍କୁ ନିଯୁକ୍ତ କରାଯାଇଛି। କିନ୍ତୁ ନିର୍ବାହୀ ଅଧିକାରୀ ଜଣଙ୍କ ମନ ଇଚ୍ଛା କାମ କରିବା ସହ କାଉନସିଲର ମାନଙ୍କ କିମ୍ବା ତାଙ୍କ କଥାକୁ ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଯାହାଫଳରେ ଗୋପାଳପୁର ର ଅନେକ କାମ ଅଧାପନ୍ତରିଆ ଭାବେ ପଡ଼ିରହିଛି। ପର୍ଯଟନ ଋତୁ ଆରମ୍ଭରୁ ନିର୍ବାହୀ ଅଧିକାରୀ ଙ୍କୁ କେତେକ ବେଳାଭୂମି ଅଞ୍ଚଳରେ କେତେକ କାମ କରିବାକୁ କୁହା ଯାଇଥିଲେ ମଧ୍ୟ ସେ ଏଥି ପ୍ରତି ଗୁରୁତ୍ବ ଦେଇନଥିଲେ। ଯାହାଫଳରେ ଏପରି ସମସ୍ୟା ଉପୁଜିଛି। ଏସବୁ କୁ ନେଇ ନିର୍ବାହୀ ଅଧିକାରୀଙ୍କୁ ଏଠାରୁ ତୁରନ୍ତ ବଦଳି କରିବାକୁ ଜିଲ୍ଲାପାଳ ଙ୍କୁ ଅବଗତ ସହ ଦାବିପତ୍ର ପ୍ରଦାନ କରାଯାଇଥିଲା ‌। କିନ୍ତୁ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏବେ ଗତ ଦୁଇଦିନ ହେଲା ଗୋପାଳପୁର ରେ ପର୍ଯ୍ୟଟକ ଙ୍କ ଭିଡ ଜମୁଥିବା ବେଳେ ନିଜେ ନିର୍ବାହୀ ଅଧିକାରୀ ସରକାରୀ ଛୁଟି ବାହାନାରେ ଘରକୁ ପଳାଇଛନ୍ତି।କିଛି ଅସୁବିଧା ହେଲେ କୌଣସି କାର୍ଯ୍ୟ କିପରି ହେବ ବୋଲି ନିଜେ ପ୍ରଶ୍ନ କରିଛନ୍ତି।ଏହା ନେଇ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହେଇ ପାରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ