Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବିଜେଡି ପକ୍ଷରୁ ୨୭ ତମ ପ୍ରତିଷ୍ଠା ଦିବସ ପାଳିତ।ବୁଲା ବାୟା ଷଣ୍ଢ ପରି ହେଲେ ତାକୁ ଉଚିତ୍ ଇଞ୍ଜକସନ ଦେଇ ନିଶ୍ଚେତ କରିଦିଆଯିବ – ବ୍ରହ୍ମପୁର ବିଧାୟକ

ଗୋପାଳପୁର,୨୬/୧୨ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ର ୨୭ତମ ପ୍ରତିଷ୍ଠା ଦିବସ କନିଷ ହାଟ ଠାରେ ପାଳନ ହୋଇଯାଇଛି। ଏହି ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ନେତା ଓ ଶତାଧିକ ମହିଳା, ଯୁବକ ମାନେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ତଥା ଯୋଜନା ବୋର୍ଡ଼ ଅଧକ୍ଷ ବିକ୍ରମ କୁମାର ପଣ୍ଡା ଯୋଗଦେଇ ବିରୋଧୀ ଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ବୁଲା ବାୟା ଷଣ୍ଢ ଭଳିଆ ନହେବାକୁ କହିବା ସହ ଏପରି ହେଲେ ଉଚିତ ଇଞିକେସନ ଦେଇ ନିଶ୍ଚେତ କରିଦିଆଯିବ ବୋଲି କଡା ବାଣୀ ଶୁଣାଇଥିଲେ।ଏହା ସହ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଗାଁ ଗାଁ ରେ ବାତାବରଣ ଦୂଷିତ କରି ଫାଇଦ ନେବା ପାଇଁ କିଛି ଗୋଷ୍ଠୀ ଉଦ୍ୟମ କରୁଛନ୍ତି ସେମାନେ ସେମାନଙ୍କ ଉଦ୍ଦେଶ୍ୟ ରେ ସଫଳ ହେବେ ନାହିଁ ବିଜେଡି ର ସମସ୍ତେ ଏକତ୍ରିତ ଅଛନ୍ତି, ଏଣୁ ଜଣଙ୍କ ଦେହରେ ହାତ ବାଜିଲେ ବିରୋଧୀ ଙ୍କ ୧୦୦୦ ଜଣଙ୍କ ଦେହରେ ହାତ ବାଜିବ ବୋଲି ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ
ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ ନବୀନ ଓଡ଼ିଶା ଗଢିବାର ସଂକଳ୍ପ,ପ୍ରତିଷ୍ଠା ଦିବସରେ ଦଳର ସଫଳତାକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ନେତା ଓ କର୍ମୀମାନେ ସଙ୍କଳ୍ପ ନେବେ ବୋଲି କହିଥିଲେ। । ଏହି ଅବସରରେ ରକ୍ତଦାନ ଶିବିର ଏବଂ ଜରା ଆଶ୍ରମରେ ଅନ୍ତେବାସୀ ଙ୍କୁ ଫଳଦାନ ଇତ୍ୟାଦିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ମଣ୍ଡଳୀରୁ ବରିଷ୍ଠ ବିଜେଡ଼ି ନେତା ମାନଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ବିଜେଡ଼ି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପଟ୍ଟନାୟକ, ବ୍ଲକ ସଭାପତି ଅଜିତ ଦାସ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ,ଡେପୁଟି ମେୟର ବିବେକ ରେଡ୍ଡୀ, ଗୋପାଳପୁର ଏନଏସି ଅଧକ୍ଷ ଏମ ଜାନକୀରାମ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର କୋଠିଆ,ପୂର୍ବତନ ବ୍ଲକ ଅଧ୍ୟକ୍ଷା ପି. କମଳା ରେଡ୍ଡୀ,ଜିଲ୍ଲା ବିଜେଡ଼ି ଉପସଭାପତି ସିଏଚ. ଦିଲେଶ୍ଵର ରେଡ୍ଡୀ, ସିଏଚ. ନରେଶ, ବିଭୁତି ଭୁଷଣ ଲେଙ୍କା,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶଶୀ ଭୂଷଣ ମହାନ୍ତି,୫୪ନଂ ଜିଲ୍ଲାପରିଷଦ ସଭ୍ୟ ଦୀପକ ସାମନ୍ତ, ବିଷ୍ଣୁପ୍ରୟା ନାୟକ, ବରିଷ୍ଠ ନେତା ଅନୁଜ ନାୟକ, ରାଜ୍ୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଦଣ୍ଡ ସାହୁ, ସମାଜସେବୀ ରାମହରି ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହା ପୂର୍ବରୁ ସକାଳ ସମୟରେ ଗୋପାଳପୁର ରେ ବିଧାୟକ ବିକ୍ରମ ଙ୍କ ପକ୍ଷରୁ ଅନ୍ୟ କର୍ମୀ ଙ୍କ ସହ ମିଶି ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ରେ ପୁପ୍ଷ ମାଲ୍ୟାର୍ପଣ କରିବା ସହ ଜରା ନିବାସ ଅନ୍ତେବାସୀ ଙ୍କ ଫଳ ବଣ୍ଟନ କରାଯାଇଥିଲା।