Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲାଲ ବାହାଦୁର କ୍ରିକେଟ କପ ରେ ସେମିଫାଇନାଲ ପହଞ୍ଚିଲା ବଙ୍କିଆ ଦଳ

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ସ୍ଥିତ ଖେଳ ପଡିଆରେ ଚାଲିଥିବା ଲାଲ ବାହାଦୁର କ୍ରିକେଟ କପ ର ମଙ୍ଗଳବାର ଦ୍ଵିତୀୟ ଦିନ ଖେଳ, ପ୍ରଥମ ଲିଗ ମେଚ ରେ ସୁବଳୟା ଗ୍ରା.ପ. କ୍ରିକେଟ ଦଳ ସହିତ ବଙ୍କିଆ , (ମୁରଶୁଣ୍ଢୀ ଗ୍ରାପ )ର ଖେଳ ଅନୁଷ୍ଠିତ ହୋଇଥିଲା l ବାଙ୍କିଆ (ମୁରଶୁଣ୍ଢୀ ଗ୍ରାପ ) ଦଳ ନିର୍ଦ୍ଧାରିତ ଆଠ ଓଭର ରେ 2 ୱାଇକେଟ ହରାଇ ମୋଟ 108 ରନ ସଂଗ୍ରହ କରିଥିଲେ l ସୁବଳୟା ଜି ପି ଦଳ ଆଠ ଓଭର ରେ ପାଞ୍ଚ ୱାଇକେଟ ହରାଇ ମାତ୍ର 63 ରନ ସଂଗ୍ରହ କରିପାରିଥିଲେ l ସେହିପରି ଦ୍ଵିତୀୟ ଲିଗ ମ୍ୟାଚ ରେ କଳାପଥର ଜି ପି ଓ ସମସିଂହା ଜି ପି ମାଧ୍ୟ୍ୟରେ ହୋଇଥିବା ଖେଳରେ ସମସିଂହା ଦଳ ନିର୍ଧାରିତ ଆଠ ଓଭର୍ ରେ 73 ରନ, 7ୱାଇକେଟ ହରାଇ ସଂଗ୍ରହ କରି ଥିଲେ l କଳାପଥର ଜି ପି 6 ଓଭରରେ 3 we ୱିକେଟ ହରାଇ ନିର୍ଧାରିତ ରନ ସଂଗ୍ରହ କରି ବିଜୟୀ ହୋଇଥିଲା l କ୍ୱାଟର ଫାଇନାଲ ମ୍ୟାଚ ରେ ବାଙ୍କିଆ ଓ କଳାପଥର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ବାଙ୍କିଆ ଦଳ ନିର୍ଧାରିତ 6 ଓଭର ରେ 50ରନ 7 ୱାଇକେଟ ହରାଇ ସଂଗ୍ରହ କରିଥିଲାବେଳେ କଳାପଥର ଦଳ ନିର୍ଧାରିତ 6 ଓଭର ରେ 4 ୱାଇକେଟ ହରାଇ ମାତ୍ର 36ରନ ସଂଗ୍ରହ କରିଥିଲେ l ଆଜି ମୁରଶୁଣ୍ଢୀ ଜି ପି ( ବାଙ୍କିଆ ଦଳ ) ସେମିଫାଇନାଲ କୁ ଉନ୍ନୀତ ହୋଇଛି l ବିନୋବାନନ୍ଦ ପଧାନ ସମିତି ସଭ୍ୟ ଖଣ୍ଡାହତା , ପ୍ରଭଞ୍ଜନ କର୍ମୀ , ଆମ୍ବରୀଶ ବାରିକ ପ୍ରଭୁତି ଅତିଥି ଭାବରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ରାହୁଲ ମଙ୍ଗଳା, ପୂର୍ଣଚନ୍ଦ୍ର ନାଏକ , ବ୍ରଜେଶ ଦଳେଇ ପ୍ରଭୁତି ଖେଳ ପରିଚାଳନା କରିଥିବା ବେଳେ ଚନ୍ଦନ ବାରିକ , ଦୀପାଳି ଭୋଇ ସ୍କୋର ବୋର୍ଡ ରେ ସହାୟତା କରିଥିଲେ l