Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୁଭ୍ରାଂଶୁ ଶେଖର ପାଢି ପାଇଲେ ମାଟିଲଗ୍ନା ଶୁଭାନୁଧ୍ୟାୟୀ ସମ୍ମାନ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଦେଉଲମୁଣ୍ଡାର ଯୁବକବି ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କୁ ଶ୍ରୀକ୍ଷେତ୍ର ପୁରୀରେ ସମ୍ବର୍ଦ୍ଧିତ କରିଛି ରାଜ୍ୟର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ । ପ୍ରକାଶ ଯେ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ମଙ୍ଗଳବାର ପୁରୀ ଜିଲ୍ଲା ସଂସ୍କୃତି ଭବନ ପରିସରରେ ରାଜ୍ୟସ୍ତରୀୟ ଶୀତକାଳୀନ ସାରସ୍ଵତ ସମାରୋହ ଆୟୋଜନ କରିଥିଲା । ଏହି ଅବସରରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ସୁବର୍ଣ୍ଣପୁର ଜିଲ୍ଲା ବିରମହରଜପୁର ଅଞ୍ଚଳର ଯୁବକବି ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ମାଟିଲଗ୍ନା ଶୁଭାନୁଧ୍ୟାୟୀ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି କିଶୋର ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡ. କୈଳାଶ ଚନ୍ଦ୍ର ତିକାୟତ ରାୟ ଏବଂ ନଗର ଉନ୍ନୟନ ବିଭାଗର ପୂର୍ବତନ ନିର୍ଦ୍ଦେଶକ ମୀନକେତନ ଦାସ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ସେହିପରି ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଏବଂ ଦେବଗଡ଼ ଜିଲ୍ଲା କଂସର ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିନିତା ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଏବଂ ଉତ୍ତର ପୂର୍ବାଞ୍ଚଳର ପୂର୍ବତନ ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ର ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ । ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ପାଢ଼ୀ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସ୍ଵର୍ଣ୍ଣକାନ୍ତି ପତି । ଅନ୍ୟ ମାନଙ୍କ ମଧ୍ୟରେ ଜୟନ୍ତ ମହାଳିକ , ଗୋଦାବରୀଶ ଦାସ ମୁଖ୍ୟ ଉପଦେଷ୍ଟା ନୁରାବତୀ ସାହୁ , ଉପଦେଷ୍ଟା ନରସିଂହ ପ୍ରସାଦ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ରଶ୍ମି ରଞ୍ଜନ ସାହୁ ସ୍ଵାଗତ ଭାଷଣ ଓ ସୁଦୃମା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁବାସ ଚନ୍ଦ୍ର ତାରିଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ